September 8, 2026

ବରପାଲି ବଣିକ ସଂଘର ସଭାପତି ଭାବେ ଇ. କୃଷ୍ଣ ମୋହନ ରାଓ ନିର୍ବାଚିତ

IMG-20260907-WA0060
Share

 

 

ବରପାଲି, ୭/୯(ସୁଦାମ ଦୀପ) ବରଗଡ ଜିଲ୍ଲା ବରପାଲି ବଣିକ ସଂଘର ସଭାପତି ପଦବୀ ପାଇଁ ରବିବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସଭାପତି ପଦ ପାଇଁ ଇ. କୃଷ୍ଣ ମୋହନ ରାଓ ଓ ଉଧବ ସାହୁ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ଥିଲେ। ବଣିକ ସଂଘର ପ୍ରାୟ ୮୦ ଜଣ ସଦସ୍ୟ ମତଦାନ କରିଥିଲେ। ମତଗଣନା ପରେ ଇ. କୃଷ୍ଣ ମୋହନ ରାଓ ଅଧିକ ଭୋଟ ପାଇ ବରପାଲି ବଣିକ ସଂଘର ସଭାପତି ଭାବେ ବିଜୟୀ ହୋଇଥିଲେ। ନିର୍ବାଚନ ପ୍ରକ୍ରିୟାକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାରେ ଉପଦେଷ୍ଟା ମଣ୍ଡଳୀ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ଭୂମିକା ନିର୍ବାହ କରିଥିଲେ। ସମଗ୍ର ନିର୍ବାଚନ ପ୍ରକ୍ରିୟା ସଦସ୍ୟମାନଙ୍କ ସହଯୋଗରେ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା। ନବନିର୍ବାଚିତ ସଭାପତି ଇ. କୃଷ୍ଣ ମୋହନ ରାଓଙ୍କୁ ବଣିକ ସଂଘର ସଦସ୍ୟମାନେ ଅଭିନନ୍ଦନ ଜଣାଇବା ସହ ସଂଘର ଏକତା, ବ୍ୟବସାୟୀମାନଙ୍କ ସ୍ୱାର୍ଥ ଓ ବରପାଲିର ବଣିକ ସମାଜର ଉନ୍ନତି ପାଇଁ ସେ ଆଗାମୀ ଦିନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ ବୋଲି ଆଶା ପ୍ରକାଶ କରିଛନ୍ତି।

You may have missed