ପାଲକସଣ୍ଢା ଗ୍ରାମରେ ଧୁମ ଧାମରେ ନଳଯାତ୍ରା ଅନୁଷ୍ଠିତ ହୋଇଛି
ବେଲଗୁଣ୍ଠା : ସୁକାନ୍ତ କୁମାର ନାୟକଙ୍କ ରିପୋର୍ଟ । (ଉପାନ୍ତ ଖବର ) ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଲକସଣ୍ଢା ଗ୍ରାମରେ ବାଉଁସ ନଳ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରା ପ୍ରାୟ ଦୁଇ ଶହ ବର୍ଷ ଧରି ଗ୍ରାମବାସୀ ମାନେ ପାଳନ କରି ଆସୁଛନ୍ତି । ଗ୍ରାମବାସୀଙ୍କ ମଧ୍ୟରେ ଏକ ବିଶ୍ୱାସ ରହିଛି ଯେ ଏହି ପର୍ବ ପାଳନ ଦ୍ୱାରା ଧାନରେ ଲାଗୁଥିବା ନଳ ପୋକ ବା ନଳ ବେମାର ଦୁର ହୋଇ ଯାଇଥାଏ । ପ୍ରଥମେ ତିନୋଟି ବାଉଁସ ନଳ କୁ ଆଣି ଗ୍ରାମରେ ଥିବା ଏକ ଗଣ୍ଡ ନିକଟରେ ପୁଜା ଅର୍ଚ୍ଚନା କରି ସେଥିରେ ନୁଆଁ ଲଗା ପରିଧାନ କରିଥାନ୍ତି ଏବଂ ସେଠାରେ କୁକୁଡ଼ା ବଳି ଦେଇ ଠାକୁରଙ୍କୁ ଆବାହନ କରିବା ସହ ବାଜା ଓ ବାଣ ଫୁଟାଇ ଧୁମଧାମରେ ଗ୍ରାମରେ ପରିକ୍ରମା କର।ନ୍ତି । ଶେଷରେ ଗ୍ରାମ ମୁଣ୍ଡରେ ଥିବା ସଣ୍ଢେସ୍ବର ଙ୍କ ଠାରେ ପୁଣି ବଳି ଦେଇ ଠାକୁରଙ୍କୁ ବିଦାୟ ବା ସ୍ଥାପନା କରନ୍ତି । ଏହି ପର୍ବକୁ ସୁଚାରୁ ରୁପେ ପାଳନ କରିବାପାଇଁ ଗ୍ରାମ ପଞ୍ଚାୟତ ସରପଞ୍ଚ ମହନ୍ତ ଶ୍ରୀ ରାମକୃଷ୍ଣ ଦାଶ , ଗ୍ରାମ କରଣ ଶ୍ରୀ ରବିନ୍ଦ୍ର ପଟ୍ଟନାୟକ , ଗ୍ରାମ କାର୍ଜି ମଦନ ମୋହନ ସ୍ୱାଇଁ ଏବଂ ଗ୍ରାମର ଜାନି ଗୁରୁ ଦାଇତ୍ୱ ନେଇଥାନ୍ତି ।
