April 26, 2026

ଏନ୍ଏସ୍ଏସ୍ ୟୁନିଟ୍-୨ ପକ୍ଷରୁ ବୃକ୍ଷରୋପଣ 

IMG-20250907-WA0079
Share

ବୁଗୁଡା :ତା ୦୭/୦୯/୨୫ : ସ୍ଥାନୀୟ ପିପୁଲ୍ସ କଲେଜର ଜାତୀୟ ସେବା ଯୋଜନା ମହିଳା ୟୁନିଟ୍-୨ର ଏକ ସପ୍ତାହ ବ୍ଯାପି ସ୍ବତନ୍ତ୍ର ଶିବିର ଅବସରରେ ଏଠାକାର ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୟୁନିଟ୍ ପ୍ରୋଗାମ ଅଫିସର ଅଧ୍ଯାପିକା ସସ୍ମିତା ସାମନ୍ତରାଙ୍କ ତତ୍ତ୍ବାବଧାନରେ ୫୦ ଜଣ ସ୍ବେଛାସେବୀ ଷ୍ଟାଡିୟମର ଭିତର ପାର୍ଶ୍ବରେ ପାଚେରି କଡେ କଡେ ବିଭିନ୍ନ କିସମର ଦ୍ବିଶତାଧିକ ବୃକ୍ଷ ରୋପଣ କରିଥିଲେ। ତେବେ ମହିଳା ସ୍ବେଚ୍ଛାସେବୀଙ୍କ ଏତାଦୃଶ କାର୍ଯ୍ୟକଳାପ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଥିବା ବେଳେ ରୋପଣ କରାଯାଇଥିବା ଚାରାଗଛ ଗୁଡିକର ସୁରକ୍ଷା ଅତି ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।