ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଚିତ୍ରାଙ୍କନ, ଓଡିଆ ହସ୍ତାକ୍ଷର, ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତା – ୨୦୨୫….

ତିର୍ତୋଲ ରୁ ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ସ୍ଥାନ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ, ଝଙ୍କଡ଼ , ପରୀକ୍ଷାକେନ୍ଦ୍ର – ସାରଦା ଏକାଡେମୀ କନକପୁର । ପରୀକ୍ଷାର୍ଥୀ ଙ୍କ ସଂଖ୍ୟା, ଚିତ୍ରାଙ୍କନ ରେ ୧୯ ଜଣ, ହସ୍ତାକ୍ଷର ରେ ୩୪ ଜଣ ଓ ଭାଷାଜ୍ଞାନ ରେ ୨୪ ଜଣ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ଚିତ୍ରାଙ୍କନ ରେ ସୋନାସ୍କୀ ସ୍ୱାଇଁ , ସଅଁରା ସରକାରୀ ହାଇସ୍କୁଲ ର ପଞ୍ଚମ ଶ୍ରେଣୀ ଛାତ୍ରୀ ପ୍ରଥମ୍ , ସ୍ୱରୂପ ନାୟକ ସଅଁରା ସରକାରୀ ହାଇସ୍କୁଲ ର ପଞ୍ଚମ ଶ୍ରେଣୀ ଛାତ୍ର ଦ୍ୱିତୀୟ ଓ ସିଧିଷ୍କା ସିଂହ ମୂଳିସିଂହ ସରକାରୀ ହାଇସ୍କୁଲ ର ପଞ୍ଚମ ଶ୍ରେଣୀ ଛାତ୍ରୀ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ, ହସ୍ତାକ୍ଷର ପରୀକ୍ଷା ରେ ଆଶୁତୋଷ ବାରିକ, ଇଚ୍ଛାବିହାରୀ ବିଦ୍ୟାମନ୍ଦିରର ଅଷ୍ଟମ ଶ୍ରେଣୀ ଛାତ୍ର ପ୍ରଥମ , ରକେଶକୁମାର ମହାରଣା, ସଅଁରା ସରକାରୀ ହାଇସ୍କୁଲ ର ଷଷ୍ଠ ଶ୍ରେଣୀ ଛାତ୍ର ଦ୍ୱିତୀୟ ଓ ସରୋଜିନୀ ବେହେରା ସାରଦା ଏକାଡେମୀ କନକପୁର ଛାତ୍ରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଓଡିଆ ଭାଷା ଜ୍ଞାନ ପରୀକ୍ଷାରେ ବିଦ୍ୟୁ ସ୍ମିତା ଲେଙ୍କା, ସତ୍ୟନାରାୟଣ ହାଇସ୍କୁଲ, ଅଲନାଆଁ ର ନବମ ଶ୍ରେଣୀ ଛାତ୍ରୀ ପ୍ରଥମ , ସ୍ମରଣିକା ଜେନା ସତ୍ୟନାରାୟଣ ହାଇସ୍କୁଲ ନବମ ଶ୍ରେଣୀ ଛାତ୍ରୀ ଦ୍ୱିତୀୟ ଓ ଚିନ୍ମୟୀ ଦଳେଇ ସଅଁରା ସରକାରୀ ହାଇସ୍କୁଲ ନବମ ଶ୍ରେଣୀ ଛାତ୍ରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ୧୦ ଜଣ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ଶିକ୍ଷକ ମାନେ ପରୀକ୍ଷା କାର୍ଯ୍ଯ ପରିଚାଳନା କରିବା ସହିତ ପରୀକ୍ଷାଖାତା ର ମୂଲ୍ୟାୟନ କରିଥିଲେ। ଏହି ଅବସରରେ ସମସ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସାରଦା ଏକାଡେମୀ ର ଭାରପ୍ରା ପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ମହାନ୍ତି, ସମ୍ବାଦ ସାହିତ୍ୟ ଘର ର ପଣ୍ତିତ ବାସବ ନନ୍ଦ ଓ ସମ୍ବାଦ ର ଝଙ୍କଡ଼ ପ୍ରତିନିଧି ରମାକାନ୍ତ ରାଉଳ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ।
