April 26, 2026

ଡାକରାବାଡିରେ ବିଜେପିର ମିଶ୍ରଣ ପର୍ବ 

IMG-20250907-WA0068
Share

ବୁଗୁଡ଼ା : ତା ୦୭/୦୮/୨୫ : ବୁଗୁଡ଼ା ବ୍ଲକ ମୋଟାବାଡି ପଞ୍ଚାୟତର ଡାକରାବାଡି଼ ଗ୍ରାମରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ଅବସରରେ ଡାକରାବାଡି ଗ୍ରାମର ଶୁଶାନ୍ତ କୁମାର ପ୍ରଧାନ, ରଞ୍ଜନ କୁମାର ଜେନା, ଦିନବନ୍ଧୁ ପ୍ରଧାନ,ଚରଣ ଗୌଡ଼,ରଙ୍କନିଧି ସ୍ବାଇଁ,ଟୁନା ପ୍ରଧାନ,ଶ୍ରୀଧର ଜେନା,ରିଙ୍କୁ ପ୍ରଧାନ, ନିରଞ୍ଜନ ପ୍ରଧାନ , ରମେଶ ଚନ୍ଦ୍ର ସ୍ବାଇଁ,ଲଡୁ କିଶୋର ପ୍ରଧାନ, ପବିତ୍ର ଗୌଡ଼ ସମେତ ବହୁ ବ୍ଯକ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ ଏବଂ ବିକଶିତ ଭାରତ ଗଠନ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପି ଦଳରେ ଯୋଗ ଦେଇଥିଲା ବେଳେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସେମାନଙ୍କୁ ପୁଷ୍ପଗୁଚ୍ଛ,ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ। ଏହି ମିଶ୍ରଣ ପର୍ବରେ ବୁଗୁଡ଼ା ବ୍ଲକ ଉପାଧ୍ୟକ୍ଷ ମାନସ ରଂଜନ ପ୍ରଧାନ, ବିଧାୟକ ପ୍ରତିନିଧି ହରିହର ସାହୁ, ଆଇନଜୀବୀ ହରପ୍ରସାଦ ଦାସ , କେଦାରନାଥ ମହାରଣା, କୃଷ୍ଣଚନ୍ଦ୍ର ମହାପାତ୍ର, କାର୍ତ୍ତିକ ମଙ୍ଗାଳ, ଗଙ୍ଗାଧର ନାୟକ, ନଟବର ଜେନା , ସୁନୀଲ ପାଢ଼ୀଙ୍କ ସମେତ ଦଳର ଅନେକ କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ରହିଥିଲେ।