May 20, 2025

ମତାବାଜ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ଗୁରୁଦିବସ ପାଳିତ

Share

ମତାବାଜ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ଗୁରୁଦିବସ ପାଳିତ

ବୁଧବାର ଦିନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ମତାବାଜ ରେ ବହୁ ଆଡମ୍ବର ସହକାରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି ।ଏଥିରେ ବିଦ୍ୟାଳୟର ଭାଇ ଭଉଣୀ ମାନେ ରାଧା ଓ କୃଷ୍ଣ ବେଶରେ ବିଦ୍ୟାଳୟରେ ଉପସ୍ଥିତ ହୋଇଥିଲେ । ବିଦ୍ୟାଳୟରେ ଏକା ସଭା ଅନୁଷ୍ଠିତ ହୋଇଥିଲା ।ରାମଚନ୍ଦ୍ର ଉପ୍ରା ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ମହାନ୍ତି ସଭାପତିତ୍ଵ କରିଥିଲେ ।ବିଦ୍ୟାଳୟର ପ୍ରଧାନ ଗୁରୁଜୀ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ ମହୋଦୟ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏଥିରେ ରାଧା କୃଷ୍ଣଙ୍କର ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶ୍ରୀଯୁକ୍ତ ରାମଚନ୍ଦ୍ର ମହାନ୍ତି,ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ସାହୁ ଓ ଶ୍ରୀଯୁକ୍ତ ସଞ୍ଜୟ କୁମାର ପାତ୍ର ବିଚାରକ ଭାବେ ଯୋଗ ଦେଇଥିଲେ ।ଏଥିରେ ସମସ୍ତ ଗୁରୁଜୀ ଓ ଗୁରୁମା ମାନେ ସହଯୋଗ କରିଥିଲେ । ଏହାପରେ ବିଜେତା ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ସର୍ବଶେଷରେ ସାହାପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ଜୋତୀର୍ମୟୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ.                                                                                                                        କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।