April 30, 2026

ଗତ ୦୭/୦୯/୨୦୨୩ ତାରିଖ ଦିନ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ

IMG-20230907-WA0022
Share

ଗତ ୦୭/୦୯/୨୦୨୩ ତାରିଖ ଦିନ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ କ୍ୟାରିଅର କାଉନ୍ସିଲିଂ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ସମ୍ମାନିତ ଅତିଥି ରୂପେ ବିଖ୍ୟାତ ମୋଟିଭେସନାଲ୍ ସ୍ପିକର୍ ଶ୍ରୀ ବି.ରାମକୃଷ୍ଣ ଶାସ୍ତ୍ରୀ ଯୋଗ ଦେଇଥିଲେ। ରାଜନୀତି ବିଜ୍ଞାନ ବିଭାଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର ତିନି ଶହରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ମଧ୍ୟ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମକୁ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ଡ଼ଃ. ସୁସ୍ମିତା ପଟ୍ଟନାୟକ ପରିଚାଳନା କରିଥିଲେ। ଏଥିରେ ବ୍ରହ୍ମପୁର ସାନ୍ ଏଣ୍ଡ ନିଲ୍ ଫାଉଣ୍ଡେସନର ଅଧ୍ୟକ୍ଷ ପି. ଧର୍ମା ରାଓ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। କାର୍ଯ୍ୟକ୍ରମ ଶେଷରେ ଇଂରାଜୀ ବିଭାଗ ଅଧ୍ୟାପିକା ଚିନ୍ମୟୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।