ବ୍ଲକ୍ ସ୍ତରୀୟ ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ
ବ୍ଲକ୍ ସ୍ତରୀୟ ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ
ବୁଗୁଡା : ତା ୦୭/୦୯/୨୩ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ପରିସରରେ ବୁଗୁଡ଼ା ବ୍ଲକ୍ ସ୍ତରୀୟ ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପାଠଚକ୍ରର ଶୀର୍ଷକ “ମିଲେଟ୍ସ ଏ ସୁପର ଫୁଡ୍ ଅର୍ ଏ ଡାଏଟ୍ ଫ୍ଯାଡ୍” ରହିଥିବା ବେଳେ ଏଥିରେ ବିଭିନ୍ନ ବିଦ୍ୟାଳୟର ୧୫ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ମାଣ୍ଡିଆ ଓ ବାଜରା ଜାତୀୟ ଶସ୍ଯ ଏକ ଉତ୍କୃଷ୍ଟ ଖାଦ୍ୟ ନା ଏକ ସ୍ବଭାବିକ ଖାଦ୍ୟ ତାହା ଉପରେ ସ୍ବ ସ୍ବ ମତ ଉପସ୍ଥାପନ କରିଥିଲେ । ଏଥିରେ ବିଚାରକଙ୍କ ନିଷ୍ପତ୍ତି ପ୍ରକାରେ ଗୋଲିଆ ଆଦର୍ଶ ବିଦ୍ୟାଳୟର ଛାତ୍ର ଦେବାଶିଷ ମହାନ୍ତି ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ରକୁ ମନୋନୀତ ହୋଇଥିବା ଜଣାଯାଇଛି । ପିପୁଲ୍ସ ହାଇସ୍କୁଲର ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରାଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ବିଇଓ ଚିନ୍ମୟ ମହାପାତ୍ର ଉଦଘାଟନ କରିଥିବା ବେଳେ ଏଥିରେ ବିଚାରକ ଭାବେ ପିପୁଲ୍ସ କଲେଜର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଡ.ଜୟରାମ ବିଷୋୟୀ ଓ ଭାମଶିଆଳି ହାଇସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ କଅଁର ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ ସକ୍ରିୟ ସହଯୋଗ କରିଥିଲେ ।