August 24, 2026

ପାରଳା ବିଧାୟକଙ୍କ ଅଚାନକ ରାସ୍ତା କାମ ନିରୀକ୍ଷଣ 

Share

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀର କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ଠାରୁ ଗଡିଆଖାଲ ଓ ଚନ୍ଦ୍ରେୟାପେଟା ଭାୟା ପେଦାଗୁଡା ନର୍ସିପୂର୍ ଯାଏଁ ହେଉଥିବା ରାସ୍ତା କାମ ନିରୀକ୍ଷଣ କଲେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ।ଏହି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ହେଉଥିବା ରାସ୍ତାକାମ ନିରୀକ୍ଷଣ ସମୟରେ କାଶୀନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମା,ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ, ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ। ବିଧାୟକ ଙ୍କ ଏହି ଅକସ୍ମାତ ରାସ୍ତା କାମ ନିରୀକ୍ଷଣ କରିବା ଦ୍ୱାରା ଠିକାଦାର ମାନେ ରାସ୍ତା କାମ ଠିକଠାକ ଭାବେ କରିବେ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି.

 

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟର