September 29, 2024

ନିଆରା ପରମ୍ପରା , ବାଲିହରଚଣ୍ଡୀଙ୍କ ଙ୍କ ପୀଠକୁ ବାପଘରୁ ଆସିଲା ସାବିତ୍ରୀ ଭାର।ବ୍ରତ କଲେ ମା ହରଚଣ୍ଡି।

Share

ନିଆରା ପରମ୍ପରା ,
ବାଲିହରଚଣ୍ଡୀଙ୍କ ଙ୍କ ପୀଠକୁ ବାପଘରୁ ଆସିଲା ସାବିତ୍ରୀ ଭାର।ବ୍ରତ କଲେ ମା ହରଚଣ୍ଡି।

ଜୟତୁ ମଙ୍ଗଳା ମାଗୋ ଜୟ ହରଚଣ୍ଡୀ,
ତୋତେ ସୁମରିଲେ ଦୁରିତ ଯାଏ ଖଣ୍ଡି।

ବାଲି ହରଚଣ୍ଡୀ ନାମେ ଦେଶ ସାରା ପଡୁଛି ଡକା,
ଯାରନାମ ଧରିଲେ ପାପ ଆସିବାକୁ କରେ ଆଶଙ୍କା ।

ମାଆ ବାଲିହରଣ୍ଡି ଠାକୁରାଣୀ କେବଳ ବ୍ରହ୍ମଗିରି ଅଂଚଳର ଠାକୁରାଣୀ ନୁହଁନ୍ତି ସମଗ୍ର ଓଡିଶା ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ଭାବରେ ପୂଜିତା ଅଟନ୍ତି । ସମୁଦ୍ରର ଦେବୀ ଭାବରେ ଉପାସିତା। ଶ୍ରୀକ୍ଷେତ୍ରର ପଶ୍ଚିମ ବଳ ରୂପେ ମାଆ ବାଲୁକା ଗିରି ଉପରେ ବିରାଜମାନ କରି ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର କୁ ସୁରକ୍ଷା ଦେବା ସହିତ ବ୍ରହ୍ମଗିରି ସମେତ ସମଗ୍ର ଓଡିଶାକୁ ବନ୍ଯାରେ, ବାତ୍ଯା, ଆଦିଆଧିଦୈବିକ ବିପଦରୁ ସୁରକ୍ଷା ଦେଇ ଆସୁଥିବା ବିଶ୍ଵାସ ରହିଛି ।
କଥା ରହିଛି ଯେତେବେଳେ ବନ୍ଯା ବାତ୍ଯା ପବନ ମାଡିଆସେ ଏହି ଚିଲିକା ଉପକୁଳ ଅଞ୍ଚଳକୁ ମାଡିଆସେ ଗ୍ରାମବାସୀମାନେ ମାଆ ବାଲିହରଚଣ୍ଡୀଙ୍କୁ ଡାକନ୍ତି। ଶୁଣାଯାଏ ବାତ୍ଯା ପବନ ଆସିଲା ବେଳେ ମାଆ ହରଚଣ୍ଡି ତାର ବାପଘର ଉକ୍ତ ଅଞ୍ଚଳର କ୍ଷତି ନକରିବାକୁ କହିଥାନ୍ତି। ଏପରିକି ପନିକି ଦେଖାଇ ଧମକାଇ ଥାନ୍ତି ମା ବାଲି ହରଚଣ୍ଡୀ। ୧୯୭୦ ମସିହା ପ୍ରବଳ ବାତ୍ଯା ପବନ ଆସିଗଲା। ଲୋକ ବିକଳ ହୋଇ ମାଆ ବାଲିହରଚଣ୍ଡୀ ଏବଂ ମାଆ ହେଙ୍ଗୁଳାଙ୍କୁ ପ୍ରାର୍ଥନା କଲେ। ଗ୍ରାମବାସୀମାନେ ଦେଖିଲେ ଚିଲିକାସୀମା ବନ୍ଧରେ ଦୁଇଟି ଅଗ୍ନି ପିଣ୍ଡୁଳା ରାତିସାରା ବୁଲିଲା। ବତ୍ଯା ପବନ ବନ୍ଯା ଜୁଆର ପାଣିକୁ ଅଟକାଇ ଦେଲେ। ସୁରକ୍ଷିତ ରହିଲା ପାଞ୍ଚ ପଡ। ଦୁଇ ଅଗ୍ନିପିଣ୍ଡୁଳା ଥିଲେ ମାଆ ବାଲି ହରଚଣ୍ଡି ଏବଂ ମାଆ ହେଙ୍ଗୁଳା।
ସ୍ବପ୍ନାଦେଶ ଦେଇ କହିଲେ ” ଆରେ ତୁମ ଅଂଚଳର ସୁରକ୍ଷା ପାଇ ଯାଇ ମୋର ପାଟ ପଣତ ଚିରିଯାଇଛି। ଆଣିକରି ଦେଇଦେବ। ସତକୁ ସତ ଦେଖିଲା ବେଳକୁ ମାଆ ହରଚଣ୍ଡିଙ୍କ ପାଟ ଚିରି ବାହାରେ ପଡିଥିଲା।
ପାଚପଡା ଗ୍ରାମବାସୀ ନୂଆ ବସ୍ତ୍ର କିଣି ଦେବା ସହ ମାଆଙ୍କ ସୁବର୍ଣ୍ଣ ମୁକୁଟ ଦେଇଥିଲେ।
ସେଥିପାଇଁ କୁହାଯାଇଛି

ଏହି ପୀଠରେ ମାଆଙ୍କର ସମସ୍ତ ପର୍ବ ପର୍ବାଣି ବିଧି ମୁତାବକ ପାଳିତ ହୋଇଥାଏ । ମାଆଙ୍କର ସାବିତ୍ରୀ ପର୍ବ ପାଳନ ପାଇଁ ଠାକୁରାଣୀଙ୍କ ବାପଘର ମାନ୍ଯତା ପାଇଥିବା ଚିଲିକା ଉପକୁଳ ପାଞ୍ଚପଡାର ଗ୍ରାମବାସୀମାନେ ସାବିତ୍ରୀ ଭାର ନେଇ ହରଚଣ୍ଡିଙ୍କ ପୀଠକୁ ଆସିଥିଲେ। ଯେପରି ଓଡିଆ ଘରର ପରମ୍ପରା ଅନୁଯାଇ ଝିଅ ଘରକୁ କନ୍ଯାପିତା ଶାଢୀ ଚୁଡି ଶଙ୍ଖା ସିନ୍ଦୂର, ପଣସ ଆମ୍ବ କଦଳୀ ନଡିଆ ଗଜାମୁଗ ଖୀର ସପୁରି ଆଦି ଫଳ ଏବଂ ବିଭିନ୍ନ ପୂଜା ଉପକରଣ ନେଇ ଯାଇଥାଏ ସେହିପରି ଭାର ବୋଝ ନେଇ ଶୋଭାଯାତ୍ରା କରି ଯାଇଥିଲେ ପାଞ୍ଚ ପଡା ଗ୍ରାମବାସୀ। ମନ୍ଦିର ସେବାୟତ ନିଯୋଗ ସ୍ବାଗତ କରିଥିଲେ ଦେଇ। ଝିଅ ହିସାବରେ ଭାର ନେଇଗଲେ, ଜଗତ ଜନନୀଙ୍କୁ ମାଆ ଭାବରେ ଉପସନା କରି ସମଗ୍ର ଅଞ୍ଚଳକୁ ଆଧିଭୌତିକ ବିପଦରୁ ସୁରକ୍ଷିତ ରଖିବାକୁ ପ୍ରାର୍ଥନା କରିଥିଲେ।ଧରଣୀକୁଦୀ, ମାତଲାପୁର, କୁଅପଦା,କ୍ଷେତାଣ୍ଡି,ନହରବାଲି ପାଂଚପଡାରୁ ଶ୍ରୀ କାଶୀନାଥ ନାୟକ ଶ୍ରୀ ଭୀମସେନ ସାହୁ, ଶ୍ରୀ କିଶୋର ଚନ୍ଦ୍ର ସାହୁ, ଡା ଶ୍ରୀ ମନୋରଞ୍ଜନ ରାୟ, ଶ୍ରୀ ଭାସ୍କର ଚନ୍ଦ୍ର ସାହୁ, ଶ୍ରୀ ପବିତ୍ର କୁମାର ସାହୁ, ଶ୍ରୀ ବଟକୃଷ୍ଣ ବିଶାଳ, ଶ୍ରୀ ଲୋକନାଥ ପଲାଇ, ଶ୍ରୀ ଭରତ ବିଶ୍ବାଳ ପ୍ରମୁଖ
ସାବିତ୍ରୀ ଭାର ନେଇ ହରଚଣ୍ଡି ପୀଠକୁ ଯାଇଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ।