April 27, 2026

ଡାଲା ଅଟୋ ସହ ବାଇକ୍ ଧକ୍କା, ଯୁବକ ଗୁରୁତର 

IMG-20260407-WA0105
Share

 

ବୁଗୁଡା : ତା ୦୭/୦୪/୨୬ : ସ୍ଥାନୀୟ ପିପୁଲ୍ସ କଲେଜ ନିକଟ ମୁଖ୍ୟ ସଡକରେ ଏକ ଡାଲା ଅଟୋ ସହ ବାଇକର ଧକ୍କା ଫଳରେ ବାଇକ୍ ଆରୋହୀ ଯୁବକ ଜଣକ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ଗୁରୁତର ଯୁବକ ଜଣକ ହେଲେ ବୁଗୁଡା ଅରବିନ୍ଦନଗର ସାହିର ସୁଶାନ୍ତ ଶତପଥି (୪୩)। ଘଟଣାରୁ ପ୍ରକାଶ ଯେ, ସୁଶାନ୍ତ ତାଙ୍କର ଦୁଇ ସାଥିଙ୍କ ସହ ଏକ ବାଇକରେ ବୁଗୁଡା ଅଭିମୁଖେ ଆସୁଥିଲେ ଏବଂ ଏକ ମକା ବୋଝେଇ ଡାଲା ଅଟୋ ମଧ୍ୟ ବୁଗୁଡା ଆଡକୁ ଆସୁଥିଲା। କଲେଜ ନିକଟ ରାସ୍ତାରେ ଅସାବଧାନତା ଯୋଗୁଁ ଅଟୋ ସହ ବାଇକର ଧକ୍କା ହୋଇଥିଲା । ଏହା ଫଳରେ ବାଇକ ଆରୋହୀ ତିନିହେଁ ଫୋପାଡି ହୋଇ ପଡିଥିବା ବେଳେ ଡାଲା ଅଟୋଟି ଭାରସାମ୍ଯ ହରାଇ ଓଲଟି ପଡିଥିଲା। ଦୁର୍ଘଟଣାରେ ତିନି ଜଣ ବାଇକ ଆରୋହୀଙ୍କ ମଧ୍ୟରୁ ଦୁଇ ଜଣ ସାମାନ୍ୟ ଆହତ ହୋଇଥିଲା ବେଳେ ସୁଶାନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ଡାଲା ଅଟୋରେ ବସିଥିବା ପାଣିକେଶର ଗ୍ରାମର ଅନୁପ ସ୍ବାଇଁ(୨୬)ଙ୍କ ମୁଣ୍ଡ ଫାଟି ଯାଇଥିଲା। ଦୁର୍ଘଟଣା ସ୍ଥଳରୁ ସମସ୍ତ ଆହତଙ୍କୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ସେଠାରେ ସମସ୍ତଙ୍କ ପ୍ରାଥମିକ ଚିକିତ୍ସା ପରେ ପିଣ୍ଟୁଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।