ବୁଗୁଡ଼ା ଥାନାରେ ଗୋଳାବନ୍ଧ ହାଇସ୍କୁଲ ଶିକ୍ଷକଙ୍କ ବିରୁଦ୍ଧରେ ଗ୍ରାମବାସୀଙ୍କ ଅଭିଯୋଗ
ବୁଗୁଡ଼ା : ତା ୦୭/୦୪/୨୬: ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମସ୍ଥ ହାଇସ୍କୁଲର ଛାତ୍ରୀଙ୍କ ପ୍ରତି ଅନୁଚିତ ବ୍ଯବହାରକୁ ନେଇ ଶିକ୍ଷକ ରୋହିତ କୁମାର ସେଠୀଙ୍କ ବିରୁଦ୍ଧରେ ଗ୍ରାମବାସୀ ପକ୍ଷରୁ ବୁଗୁଡା ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି। ଗତ ଏପ୍ରିଲ ୨ ତାରିଖରୁ ବିଦ୍ୟାଳୟ ଖୋଲାଯାଇଥିଲେ ହେଁ ଗୋଳାବନ୍ଧ ଗ୍ରାମର କେତେକ ଛାତ୍ରୀ ସ୍କୁଲକୁ ଯିବାକୁ ଅମଙ୍ଗ ହେଉଛନ୍ତି। ଏହାର କାରଣ ସମ୍ପର୍କେ ଅଭିଭାବକମାନେ ପଚରାଉଚରା କରି ଜାଣିବାକୁ ପାଇଲେ ଯେ ବିଦ୍ଯାଳୟର ଶିକ୍ଷକ ରୋହିତ କୁମାର ସେଠୀ ଛାତ୍ରୀମାନଙ୍କ ପ୍ରତି କୁଆଡେ ଅନୁଚିତ ବ୍ଯବହାର କରୁଛନ୍ତି । ଏ ନେଇ ଅଭିଭାବକ ମହଲରେ ଆଲୋଚନା ପରେ ସୋମବାର ଦିନ ଗ୍ରାମବାସୀଙ୍କ ଏକ ବୈଠକ ବସିଲା। ଉକ୍ତ ବୈଠକକୁ ବିଦ୍ୟାଳୟର ସମ୍ପୃକ୍ତ ଶିକ୍ଷକଙ୍କୁ ଡକାଯାଇ ଏ ପ୍ରସଙ୍ଗରେ ପଚରାଯାଇଥିଲେ ହେଁ ଆଦୌ ଉତ୍ତର ନଦେଇ ସେ ନୀରବ ରହିଥିଲେ। କୌଣସି ସୂତ୍ରରୁ ଖବର ପାଇ ପୋଲିସ ବୈଠକ ସ୍ଥଳରେ ପହଞ୍ଚି ସେଠାରୁ ପ୍ରଧାନ ଶିକ୍ଷକଙ୍କୁ ଉଦ୍ଧାର କରିଥିଲା ବେଳେ ଗ୍ରାମବାସୀ ଥାନା ପରିସରରେ ରୁଣ୍ଡହୋଇ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ କରିବା ସହ ତାଙ୍କର ବଦଳି ଦାବି କରିଥିଲେ । ତେବେ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।
