November 16, 2024

କଣ୍ଟାଈକୋଳିରେ ଶ୍ରୀ ରାମଚନ୍ଦ୍ରଙ୍କ ଗ୍ରାମ ପରିଭ୍ରମଣ 

Share

 

 

ହିଞ୍ଜିଳିକାଟୁ ଥାନା ଅଧୀନ କଣ୍ଟାଈକୋଳି ଗ୍ରାମରେ ଗୁରୁବାର ଶ୍ରୀ ରାମ ନବମି ର ଅନ୍ତିମ ଦିନରେ ମର୍ଯ୍ୟାଦା ପୁରୁଷ ଶ୍ରୀ ରାମ ଚନ୍ଦ୍ରଙ୍କ ଗ୍ରାମ ପରିଭ୍ରମଣ ବହୁ ଆଡ଼ମ୍ବରରେ ହୋଇଯାଇଛି l ଗୋପୀନାଥ ସାହି ସ୍ଥିତ ରଘୁନାଥଙ୍କ ମନ୍ଦିରକୁ ଆଲୋକ ମାଳା ରେ ସୁସଜିତ କରିବା ସହ ପୁଷ୍ପମାଲ୍ୟାରେ ପ୍ରଭୁଙ୍କ ମନ୍ଦିର ସଜିତ କରାଯାଇଥିଲା l ରଙ୍ଗ ବେରଙ୍ଗର ତୋରଣ ସାଙ୍ଗକୁ ଭଳିକି ଭଳି ବେଶ ର ଆସର ଜମିଛି l ଦୀର୍ଘ ୨୦ ବର୍ଷ ପୂର୍ବେ ଦିନେ ଏହି ଯାତ୍ରା ନିକଟ ଅଞ୍ଚଳରେ ଚର୍ଚ୍ଚା ହଉଥିବା ବେଳେ ଗତ କିଛି ବର୍ଷ ହେଲା ଲୋପ ପାଇଯାଇଥିଲା l ତେବେ ବହୁ ଵର୍ଷ ତଳୁ ଲୁଚି ରହିଥିବା ଏହି ଯାତ ପରମ୍ପରା ପୁଣି ଥରେ ଦେଖିବାକୁ ମିଳିଛି, ବିଗତ ବର୍ଷ ଏହି ଯାତ୍ରା ର ଆଡମ୍ବର ପୁନରାବୃତ୍ତି ହୋଇଥିବା ବେଳେ ଚଳିତ ଵର୍ଷ ହଜାର ହଜାର ଲୋକଙ୍କ ଜନ ସମାଗମ ଦେଖିବାକୁ ମିଳିଥିଲା l ହାଡ଼ି ବାଦ୍ୟର ତାଳ ରେ ତାଳ ଦେଇ ବାଘ ନାଚ, ଗାଁ ଆଖଡ଼ା (ବାଡ଼ି ଖେଳ) ଧୁମ ଧମାକା ସହ କୀର୍ତନ ସ୍ଥଳ ଆଦି ପଟୁଆର ସହ ପ୍ରଭୁଙ୍କ ଗ୍ରାମ ପରିଭ୍ରମଣ ହୋଇଥିଲା l ମନ୍ଦିର କମିଟି ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡା କଡ଼ି କରାଯାଇଥିଲା, ଏଥିରେ ମନ୍ଦିର ପରିଚାଳକ ଦାମୋଦର ପୃଷ୍ଟି,ରାଘବ ପୃଷ୍ଟି, ଦେବେନ୍ଦ୍ର ବେହେରା, ଲବ କିଶୋର ସାହୁ, ତ୍ରିନାଥ ବେହେରା,ଶରତ କୁମାର ସାହୁ,କୁମୁଦ ସାହୁ, ସ୍ୱରାଜ୍ୟ ବେହେରା, ପ୍ରତାପ କୁମାର ସାହୁ, ଲିଟୁ ସାହୁ, ମିଟୁ ଦାଶ,ମଙ୍ଗୁଳୁ ସାହୁ, ବିଜୟ କୁମାର ସାହୁ, ଆଶିଷ ସାହୁ,କାଁହ୍ନୁ ସାହୁ ଏବଂ ମନ୍ଦିର କତୃପକ୍ଷ ଙ୍କ ସମେତ ଗ୍ରାମ ବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ l ହିଞ୍ଜିଳିକାଟୁ ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ