May 19, 2025

ପାରଳାଖେମୁଣ୍ଡି ସ୍ଥିତ ବଡ ରାଧାକାନ୍ତ ମଠ ପରିସରରେ ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ବୈଠକ ଅନୁଷ୍ଠିତ 

Share

 

ପାରଳାଖେମୁଣ୍ଡି:୭/୪(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବଡ ରାଧାକାନ୍ତ ମଠ ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ମଞ୍ଚ ର ଏକ ସାଧାରଣବୈଠକ ମଂଚର ସଭାପତି ଶ୍ରୀ ଲକ୍ଷ୍ମୀ ନୃସିଂହ ରଥ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି। ମଞ୍ଚ ଉପଦେଷ୍ଟା ଶ୍ରୀ ଶିବରାମ କ୍ରିଷ୍ଣା,ସମ୍ପାଦକ ହରୀମୋହନ ପଟନାୟକ, ଉପସଭାପତି ଶ୍ରୀରାମଚନ୍ଦ୍ର ପାଢ଼ୀସମୀକ୍ଷକ

ଜଗଦୀଶମହାପାତ୍ରମଞ୍ଚରେଉପସ୍ଥିତ ଥିଲେ କୋଷାଧ୍ୟକ୍ଷ ଙ୍କ ଅନୁପସ୍ଥିତ ରେ ସଂପାଦକ ବିବରଣୀ ପାଠ କରିଥିଲେ । ଦିବଗତ ସଦସ୍ୟ ମାନଂକ ଉଦ୍ଧେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା ।ସଦସ୍ୟ ମାନେ ଜିଲ୍ଲା ପ୍ରଶାସନ ର ଗୃହ ଯୋଗଣ ରେ ଟାଳଟୁଳ ନୀତି କୁ ଘୋର ନିନ୍ଦା କରିବାସହ ଶୀଘ୍ର ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଏକ ଦଳ ଯାଇ ଏସପି ଓ ଜିଲ୍ଲା ପାଳ ଙ୍କୁ ଦେଖା କରି ଟ୍ରାଫିକ ସମସ୍ୟା , ଯୋଗୁଁହଇରାଣ ହେଉଥିବାନାଗରିକ ଙ୍କ କଷ୍ଟ ,ପୋଲିସ ପରିଚୟ ପତ୍ରପ୍ରଦାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିବେ ।ସୀତା ସାଗର ଓ ରାମ ସାଗର ର ସୌନ୍ଦର୍ଯ୍ୟ କରଣ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଗଲା । ଫରେଷ୍ଟ ଗେଟ ଠାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଙ୍କ ଘୋଡ଼ା ଚଢ଼ା ପ୍ରତିମୂର୍ତ୍ତି ର ସ୍ଥାପନ ପାଇଁ ପୂର୍ବରୁ ଦିଆ ଯାଇ ଥିବା ପ୍ରତିଶୃତି କୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରାଗଲା ।ଦୁଇ ଜଣ ବର୍ଷିୟନ ବରିଷ୍ଠ ନାଗରିକ ଶ୍ରୀ ରବୀନ୍ଦ୍ର ଦାସ ଓ ହରେ କୃଷ୍ଣ ପାତ୍ର ଙ୍କୁ ସମ୍ମାନ ପ୍ରଦାନ କରାଯାଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଙ୍କୁ ଗୁଣୁପୁର ଠାରୁ ହାଇଦ୍ରାବାଦ ଓ ହାୱ ଡା କୁ ଟ୍ରେନ ଏକ୍ସପ୍ରେସ ଚଲାଇବାକୁ ଅନୁରୋଧ କରାଗଲା ।ଶେଷରେ ଉପସଭାପତି ଶ୍ରୀ ରାମଚନ୍ଦ୍ର ପାଢ଼ୀ ସମସ୍ତ

ସଦସ୍ୟ ଓ ସଦସ୍ୟା ତଥା ମଠ ର ପରିଚାଳକ ମାନ ଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ସଭା କୁଶ୍ରୀ

ସତ୍ୟବାଦୀ ପାତ୍ର, ଲବଜେନା ଆଦି ପରିଚାଳନା କରିଥିଲେ ।

You may have missed