ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର , ଚେଇଁ ଶୋଇଛି ବିଦ୍ଯୁତ୍ ବିଭାଗ , ତୁରନ୍ତ ବାଡ଼ବନ୍ଦୀ କରାଯିବାକୁ ଦାବି

ବୁଗୁଡ଼ା : ତା ୦୭/୦୩/୨୬ : ଖୋଲାମେଲାରେ ରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର , ଯାହା ହାତ ଠାରି ଡାକୁଛି ବିପଦକୁ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ ଖୋଳଖାଳି ପଞ୍ଚାୟତ ଅନ୍ତର୍ଗତ ବେଲପୁର ଗ୍ରାମ ରାସ୍ତା କଡରେ । ସେହି ପାଖ ଦେଇ ଗାଈଗୋରୁ ଏବଂ ଲୋକେ ଯାତାୟତ ହେଉଥିବା ବେଳେ କେତେବେଳେ କାହାର ଜୀବନ ଯେ ଚାଲିଯିବ ଯିବ ସେନେଇ ଲୋକେ ଆଶଙ୍କାରେ ରହିଆସୁଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିବା ସତ୍ତ୍ୱେ ସ୍ଥାନୀୟ ବିଦ୍ଯୁତ୍ ବିଭାଗ ଚେଇଁ ଶୋଇଥିବା ପରି ମନେ ହେଉଛି। ଅନେକ ସ୍ଥାନରେ ବିଦ୍ୟୁତ ଅଘଟଣପରେ ବିଭିନ୍ନ ସ୍ଥାନରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରକୁ ବାଡ଼ବନ୍ଦୀ ସହ କୌଣସି ଅଘଟଣ ଯେପରି ନ ଘଟେ ସେଥିପ୍ରତି ପ୍ରତି ଯତ୍ନବାନ ହେବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ ହେଁ ବୁଗୁଡ଼ା ବିଦ୍ୟୁତ ବିଭାଗ ଏଥି ପ୍ରତି ଆଦୌ ଦୃଷ୍ଟି ଦେଉ ନଥବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ବିଦ୍ଯୁତ୍ ବିଭାଗୀୟ ଉଚ୍ଚ ଅଧିକାରୀମାନେ ଏହି ମୁକୁଳା ଟ୍ରାନ୍ସଫର୍ମରକୁ ବାଡ଼ବନ୍ଦୀ କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବା ସକାଶେ ସାଧାରଣରେ ଦାବି ହେଉଛି ।
