March 12, 2026

ଷ୍ଟଲବଣ୍ଟନ କ୍ଷେତ୍ରରେସୋନପୁର ମ୍ୟୁନିସିପାଲିଟି ର ପାତର ଅନ୍ତରନୀତି ଅଭିଯୋଗ

WhatsApp Image 2023-03-07 at 16.37.37
Share

ସୁବର୍ଣ୍ଣପୁର – ସୋନପୁର ମୁନସିପାଲିଟିରେ କ୍ରମାଗତ ଭାବରେ ବିବାଦ ପିଛା ଛାଡିବାର ନା ଧରୁନାହିଁ। ଏକ ଲମ୍ବା ସମୟଧରି ଠିକା ସଫେଇ କର୍ମଚାରୀ ଙ୍କୁ ଛଟେଇଯୋଗୁଁ ପରିମଳ ବ୍ୟବସ୍ଥାରେ ଅଚଳାବସ୍ଥା ସୃଷ୍ଟି ହୋଇ ସହରସାରା ଅଳିଆ ଆବର୍ଜନା ଭର୍ତ୍ତିହୋଇ ଏକ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହୋଇ ସହରବାସୀ ଏଥିରେ ଅତିଷ୍ଠ ହୋଇଥିବା ବେଳେ ଏବେ ନିକଟରେ ବ୍ଲକଛକ ଠାରେ ଥିବା ଦୋକାନ ଗୃହ ଆବଣ୍ଟନ କ୍ଷେତ୍ରରେ ପାତର ଅନ୍ତର ନୀତି ଯୋଗୁଁ ହିତାଧିକାରୀ ଙ୍କ ଭିତରେ ଅସନ୍ତୋଷ ସୃଷ୍ଟିହୋଇଛି। ବିବରଣୀ ରୁ ପ୍ରକାଶ ଯେ ସ୍ଥାନୀୟ ବ୍ଲକଛକ ପାଖ ଡିଏଓ କଲୋନୀ ପାର୍ଶ୍ୱରେ ଅବସ୍ଥିତ ଥିବା ଚାରିଗୋଟି ପୁରୁଣା ଷ୍ଟଲରୁ ଲକ୍ଷେ ଟଙ୍କା ଜମାରାଶି ରଖି ୪ଜଣଙ୍କ ନାମରେ କାର୍ଯ୍ୟାଳୟ ପକ୍ଷରୁ ଏଲଟମେଣ୍ଟ ହୋଇଛି ହେଲେ ଟଙ୍କା ଜମାଦେଇ ଏଗ୍ରୀମେଣ୍ଟ ପରେ ଦେଖିବା ବେଳକୁ ଷ୍ଟଲ ସବୁରେ ନମ୍ବରିଂ ହୋଇନାହିଁ। ଏହା ଜଣାଇବାପରେ ନିର୍ବାହୀ ଅଧିକାରୀ ଙ୍କ ନିର୍ଦ୍ଦେଶ ରେ ରାତିଅଧିଆ ନମ୍ବରିଂ କରାଗଲା ଯାହାକି ଷ୍ଟଲ ର ବାମପଟରୁ ପ୍ରଥମ ସଂଖ୍ୟା ୧ ଉଲ୍ଲେଖ କରାନଯାଇ ଡାହାଣପଟରୁ ଆରମ୍ଭ କରାଗଲା ଯାଫଳରେ ସଂଖ୍ୟା ର ଓଲଟପାଲଟ ଯୋଗୁଁ ହିତାଧିକାରୀଙ୍କ ଭିତରେ ଖୁବ୍ ଅସନ୍ତୋଷ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ସୂର୍ୟାଂଶୁ ରୁତ ଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଏହାଠିକ୍ ଅଛି ତମେ ଯାଅ ଓ ଏ ନିଷ୍ପତ୍ତିକୁ ମାନିଯାଅ କହିଲେ ଓ ଆମର ଷ୍ଟାଫ୍ ଚାବିଖୋଲି ଦେବ ତମେ ଦଖଲକୁ ନିଅବୋଲି କହିଲେ। ଏଠାରେ ପ୍ରଶ୍ନ ଉଠେଯେ ଜିଲ୍ଲାରେ ଏବେ ଶିଳ୍ପ ବିଭାଗ ପକ୍ଷରୁ ସପ୍ତାହ ବ୍ୟାପି ଉଦ୍ୟୋଗୀ ମେଳା ଚାଲି ଯୁବକ ମାନଙ୍କ ମଧ୍ୟରେ ରୋଜଗାର କରିବାପାଇଁ ପ୍ରୋତ୍ସାହନ ଦିଆ ଯାଉଥିବାବେଳେ ପୌରପରିଷଦ ପକ୍ଷରୁ ଏକ୍ଷେତ୍ରରେ ଘୋର ବ୍ୟତିକ୍ରମ ଦେଖାଯାଇ ଯୁବକ ମାନଙ୍କୁ ସମ୍ମାନ ର ସହ ଷ୍ଟଲ ମାନଙ୍କର ଚାବି ପ୍ରଦାନ ନକରି ଏପରି ହତୋତ୍ସାହିତ କରିବା ବହୁଲୋକଙ୍କର ହଜମ ହୋଇନାହିଁ। ଏଣୁ ଏ ସମ୍ପର୍କରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ତଥା କେହି କେହି ଆଇନ ଅଦାଲତର ଆଶ୍ରୟ ନେବାପାଇଁ ମଧ୍ୟ ପ୍ରସ୍ତୁତ ହେଉଥିବା ଜଣାପଡିଛି।