April 24, 2026

ସୁନାପୁର ବେଳାଭୁମି ମହୋତ୍ସବରେ କବିତା ଆସର…

IMG-20260207-WA0091
Share

 

ଚିକିଟି(ଶୁଭଶ୍ରୀ ପ୍ରଧାନ)

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଳକ ସୁନାପୁର ବେଳାଭୁମି ମହୋତ୍ସବ ଅବସରରେ ଉପାନ୍ତ ସାଂସ୍କୃତିକ ସାହିତ୍ୟ ସେବା ସଂସଦ ପାତ୍ରପୁର ପକ୍ଷରୁ କବିତା ଆସର ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ସୁଦୀପ୍ତ କୁମାର ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ମୀନା

ଦ୍ୟାନସାମନ୍ତରା,ମୁଖ୍ୟବକ୍ତା ଭାବେ ବି ଡ଼ି ଓ ଲକ୍ଷ୍ମଣ ଚରଣ ସୋରେନ, ସମ୍ମାନୀତ ଅତିଥି ଭାବେ ଉପ ସଭାପତି ଶଶାଙ୍କ କୁମାର ପ୍ରଧାନ, ସମ୍ବାଦ ସାହିତ୍ୟ ଘର ସମ୍ପାଦକ ନୀଳାଞ୍ଚଳ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିବା ବେଳେ କବି କବୟିତ୍ରୀ ମାନେ ନିଜ ନିଜ ସ୍ୱ ରଚିତ କବିତା ପାଠ କରିଥିଲେ। ସଞ୍ଜୁ କୁମାରୀ ବେହେରା ସ୍ଵାଗତ ସଙ୍ଗୀତ ଗାନ କରିଥିବା ବେଳେ ସମ୍ପାଦକ ମାଧବ ବାଡତ୍ୟା ପରିଚାଳନା କରିଥିଲେ।ସେବା ସମ୍ପାଦକ ନିଶାମଣି ପ୍ରଧାନ,ସହ ସମ୍ପାଦିକା ମଞ୍ଜୁଶ୍ରୀ ମହାରଣା କବୟିତ୍ରୀ ତେଜେଶ୍ୱରି ଆଚାରି, ସଙ୍ଗୀତା ପ୍ରଧାନ,ଗାୟତ୍ରୀ ଚୌଧୁରୀ,ନିବେଦିତା ପ୍ରଧାନ,କବି ବନ ବିହାରି ବିଶ୍ଵାଳ,ହିନମଣି ବେହେରା,ତ୍ରିଲୋଚନ କାର୍ଜୀ, ଭଗବାନ ମଲ୍ଲିକ,ଆଲୁ ଜୟ ପ୍ରକାଶ,ଗୌରାଙ୍ଗ ପ୍ରଧାନ,ଶିଶୁ କବି ଶ୍ରୀୟଂସୁ ବାଡତ୍ୟା,ରାଜଶ୍ରୀ ପଟ୍ଟନାୟକ ପ୍ରମୁଖ କବିତା ପାଠ କରିଥିଲେ।କବି କବୟିତ୍ରୀ ମାନଙ୍କୁ ଅତିଥି ମାନଙ୍କ ସମେତ ଚିକିଟି

ବି ଡି ଓ ବିବେକାନନ୍ଦ ମିଶ୍ର,ଚିକିଟି ତହସିଲଦାର ବିଶ୍ବରଞ୍ଜନ କହଁର ଓ ପାତ୍ରପୁର ତହସିଲଦାର ଅଶୋକ କୁମାର ପଟ୍ଟନାୟକଙ୍କ ଦ୍ବାରା ସିଲ୍ ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା।