ବାଇକ୍ ଦୁର୍ଘଟଣାରେ ଯୁବକ ମୃତ..
ଚିକିଟି ସୁଭଶ୍ରୀପ୍ରଧାନ (୦୬/୦୨/୨୬)
ଗୋଳନ୍ଥରା ଥାନା ଅନ୍ତର୍ଗତ ଟାମଣା ରୋଡ଼ ପେଟ୍ରୋଲ ପମ୍ପ ନିକଟରେ
ଜରଡା ଗଡ଼ ର ସୁବ୍ରତ କୁମାର ପଣ୍ଡା( ୩୦) ନିଜ ବଡଭାଇ ସହିତ ବାଇକ୍ ଯୋଗେ ବ୍ରହ୍ମପୁର ରୁ ଫେରୁଥିବା ବେଳେ ଗାଈକୁ ଧକା ଦେଇ ଦୁର୍ଘଟଣା ର ଶିକାର ହୋଇଥିଲେ । ସୁବ୍ରତ ଙ୍କ ଛାତିକୁ ଗଭୀର ଆଘାତ ଲାଗିଥିବାରୁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବଡଭାଇ ସଞ୍ଜୟ ପଣ୍ଡାର ସାମାନ୍ୟ ଆଘାତ ହୋଇଥିବା ବେଳେ ସେ ସୁସ୍ଥ ଥିବା ଜଣା ପଡ଼ିଛି। ସୁବ୍ରତର ମର ଶରୀରକୁ ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଯାଇଥିବା ବେଳେ ଆସନ୍ତା କାଲି ବ୍ୟବଛେଦ ପରେ ଗ୍ରାମକୁ ଶବ ଫେରିବ। ଆସନ୍ତା ୧୦ ତାରିଖରେ ସଞ୍ଜୟଙ୍କ ବାହା ଘର ଥିଲା। ଭାଈ ବାହାଘର ପାଇଁ ନିମନ୍ତ୍ରଣ କାର୍ଡ ବାଣ୍ଟିବାକୁ ଯାଇ ଫେରିବା ବେଳେ ଏହି ଦୁଃଖଦ ଘଟଣା ଘଟିବାରୁ ପରିବାର ବର୍ଗ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।ଜରଡ଼ା ଗଡ଼ରେ ଏକ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।
