March 8, 2026

ଶସକ୍ତ ଓଡ଼ିଶା ସାଥୀ ଶିବିର ଅନୁଷ୍ଠିତ ..

iojo
Share

ରାମନଗୁଡ଼ା,ଜନଜାତିଙ୍କ କଳା ସଂସ୍କୃତି ପ୍ରଗତି ନିମନ୍ତେ ବ୍ଲକ ପ୍ରଶାସନ ଆନୁକୁଲ୍ୟରେ ଶସକ୍ତ ଓଡ଼ିଶା ସାଥୀ ଶିବିର ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପାରିଖିତି ସେବାଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ଗୁଣୁପୁର ପ୍ରକଳ୍ପ ପ୍ରଶାସିକା ଶାନ୍ତିପ୍ରଭା ପ୍ରଧାନ , ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ, ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ,ବ୍ଲକ ଉପାଧ୍ୟକ୍ଷା ଜାନକୀ ନିମାଲା,ଏସଡିସି ଜିଲ୍ଲା ସଭ୍ୟ ରାମାରାଓ ପାଲକା ପ୍ରମୁଖ ଉପସ୍ଥିତ ଥିଲେ। ଜନଜାତିଙ୍କ ବିକାଶ ସହ କଳା ସଂସ୍କୃତି, ପରମ୍ପରାକୁ ଉଜ୍ଜୀବିତ କରାଯିବ ସେ ନେଇ ଅତିଥି ମାନେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ବ୍ଲକର ୨୫ଜଣ କଳାକାରଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ କେନ୍ଦୁଗୁଡା ଆଶ୍ରମ ବିଦ୍ୟାଳୟ ପ୍ରଧାନଶିକ୍ଷକ ଦିଲ୍ଲୀପ ଚୌଧୁରୀ ମଞ୍ଚ ପରିଚାଳନା କରିଥିଲେ।( ସଞ୍ଜୀବ କୁମାର ଦାସ ଙ୍କ ରିପୋର୍ଟ)