March 13, 2026

ମୋହନା ବ୍ଲକରେ ପାଣି ପଞ୍ଚାୟତ ରଥକୁ ସ୍ୱାଗତ କଲେ ବ୍ଲକ କର୍ତ୍ତୃପକ୍ଷ ସହ ପଞ୍ଚାୟତ ପ୍ରତିନିଧି

IMG-20230207-WA0037
Share

 

ଜିଲ୍ଲା ଜଳସେଚନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ପାଣି ପଞ୍ଚାୟତ ରଥ ଆଜି ମୋହନା ବ୍ଲକରେ ବୁଲିବା ଶେଷ ହୋଇଛି।ଆଜି ଶେଷ ଦିନରେ ମୋହନା ବ୍ଲକର ଗୋଷ୍ଟି ଉନ୍ନୟନ ଅଧିକାରୀ ତପସ୍ୱିନୀ ହଂସଦା ରଥକୁ ସ୍ୱାଗତ କରିବା ସହ ସବୁଜ ପତାକା ଦେଖାଇ ମୋହନା ବ୍ଲକରେ ଗାଁ ଗାଁ ବୁଲାଇ ଜଳ ବ୍ୟବହାର ସମ୍ପର୍କରେ ସଚେତନ କରାଇଥିଲେ।ମୋହନା ବ୍ଲକର ସମସ୍ତ କର୍ମଚାରୀ ଏକତ୍ରିତ ହୋଇ ଜଳର ବ୍ୟବହାର, ସଂଗ୍ରକ୍ଷଣ ଏବଂ ତାହାର ଲାଭ ସମ୍ପର୍କରେ ବୁଝାଇ ଥିଲେ।ଏହି କାର୍ଯ୍ୟକ୍ରମ କୁ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ. ନଗେନ୍ଦ୍ରନାଥ ମହାରଣା ସଂଯୋଜନା କରିବା ସହ ଏହି କାର୍ଯ୍ୟକ୍ରମ ର ଆବାହକ ଥିବା ଜଣାପଡିଛି।ଏହି କାର୍ଯ୍ୟକ୍ରମରେ ସମସ୍ତ ଜନସାଧାରଣଙ୍କୁ ସମ୍ପୃକ୍ତ କରିବା ନିମନ୍ତେ କିଛିଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ଚାଲୁରହିଥିବା ସହ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସ୍ବତନ୍ତ ଦୃଷ୍ଟି ଦେଇଥିବାରୁ ପାଣି ପଞ୍ଚାୟତ ରଥ ଗାଁ ଗାଁ ବୁଲି ବିପୁଳ ପରିମାଣରେ ସମ୍ପର୍କକରି ସଚେତନ ସଫଳ ରୂପାୟନ କରିଥିବା ଶୁଣିବାକୁ ମିଳୁଛି।,