March 13, 2026

53 ତମ ବାର୍ଷିକ ଉତ୍ସବ ଖଣ୍ଡଦେଉଳି ହଇସ୍କୁଲ ପାଳିତ 

IMG-20230207-WA0031
Share

 

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳୀ ଗ୍ରାମରେ ଥିବା ଖଣ୍ଡଦେଉଳୀ ହାଇସ୍କୁଲର 53 ତମ ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା l ସ୍କୁଲ ପ୍ରଧାନ ଶିକ୍ଷକ ଶଙ୍କର ନାରାୟଣ ବେଜଙ୍କ ସଭାପତିତ୍ୱ କରିଥିଲେ l ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ସନମାନିତ ଅତିଥି ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ,ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା,ପୂର୍ବତନ ଜିଲାପରିଷଦ ତଥା ସ୍କୁଲ ପ୍ରତିଷ୍ଠାତା ଅଭିରାମ ବେହେରା, ଅବସର ପ୍ରାପ୍ତ ଜିଲ୍ଲା ଶିକ୍ଷା ପରିଦର୍ଶକ ନିରଞ୍ଜନ ତ୍ରିପାଠୀ, ସରପଞ୍ଚ ବୈରାଗୀ ବେହେରା, ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ନାୟକ, ସ୍କୁଲ ପରିଚାଳନା କମିଟି ସଭାପତି ରାମଚନ୍ଦ୍ର ଜେନା, ପୂର୍ବତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଗୌଡ଼, ପୂର୍ବତନ ବ୍ଲକ ଅଧକ୍ଷ ସୁରଥ ପlହନ ପ୍ରମୁଖ ମଂଚାସୀନ ଥିଲେ l ଶିକ୍ଷକ ସିଲୁ ବେଜ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ପାରଦର୍ଶିତା ପାଇଁ ଜିଲାରେ ଖଣ୍ଡଦେଉଳୀ ହାଇସ୍କୁଲ ପ୍ରଥମ ସ୍ଥାନ ପୁରସ୍କୃତ ହୋଇଥିବା ପ୍ରଧାନ ଶିକ୍ଷକ ବେଜ ସୂଚନା ଦେଇଛନ୍ତି l ସ୍କୁଲ ଛାତ୍ରୀଛାତ୍ରଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା