ମା ଶୀତଳା ଠାକୁରାଣୀ ମନ୍ଦିର ପ୍ରାଙ୍ଗଣ ରେ ଘଟ ଯାତ୍ରା ପ୍ରସ୍ତୁତି ବୈଠକ
କୋରାପୁଟ ଜ଼ିଲ୍ଲା କୋଟପାଡ଼ ମା ଶୀତଳା ଠାକୁରାଣୀ ଙ୍କ ଘଟ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ମଙ୍ଗଳ ବାର ରାତ୍ର ଆଠ ଘଣ୍ଟା ସମୟ ରେ ଅନୁଷ୍ଠିତ ହୋଇଯାଇଛି. 2023ବର୍ଷ ଯାତ୍ରା ର ଆୟ ଏବଂ ବ୍ୟୟ ର ବିବରଣୀ ସାଂସଦ ପ୍ରତିନିଧି ତଥା ଯାତ୍ରା କମିଟିର ସମ୍ପାଦକ ରାମେଶ୍ୱର ଜେନା ପାଠ ଅରିଥିଲେ.ବିଗତ ଯାତ୍ରା ର ଭୁଲ କୁ ସୁଧାରି ଚଳିତ ବର୍ଷ ମାର୍ଚ୍ଚ ମାସରେ ହେବାକୁ ଥିବା ଘଟ ପର୍ବ କୁ ସୁପରିଚଳନା କରିବା ପାଇଁ ଅନୁରୋଧ କରିଥିଲେ.କମିଟି ସଭ୍ୟ ମାନଙ୍କୁ ଅଣ ଦେଖା କରାଯାଉଛି ବୋଲି ତପନ ପହାପାତ୍ର ପ୍ରକାଶ କରିଥିଲେ.ଦେବୋତ୍ତର କମିଟି ଅଧିନ ରେ କତୋଟି ମନ୍ଦିର ରହିଛି ସେହି ମନ୍ଦିର ଗୁଡିକର ଅଳଙ୍କାର ଗୁଡିକୁ ଦେବୋତ୍ତ ବିଭାଗ କୁ ହସ୍ତାନ୍ତର କରାଯାଉ ବୋଲି ଭକ୍ତ ବୈଠକରେ ମତ ପ୍ରଦାନ କରିଥିବାର ଜଣାଯାଇଛି.ଘଟ ଯାତ୍ରା କମିଟି ସଭାପତି ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକ ରେ ସ୍ଥାନୀୟ ବିଧାୟକ ରୁପୁ ଭତରା. ତହସିଲଦାର ଟ୍ୱିଙ୍କିଲ ସେଠି. ସୁଧୀର ମହାନ୍ତି. ପଙ୍କଜ ପାତ୍ର. ଦେବେନ୍ଦ୍ର ବୈଦ୍ୟ. ରଞ୍ଜିତ ପଟ୍ଟନାୟକ. କିଶୋର ଚନ୍ଦ୍ର ମିଶ୍ର. ଗୌର ରଥ. ବିନାୟକ ଅଚର୍ଯ୍ୟ. ଏସ ପ୍ରକାଶ ରାଓ. ଦେବୀ ପ୍ରସାଦ ନାଇକ ଙ୍କ ସମେତ ସତାଧିକ ଭକ୍ତ ଉପସ୍ଥିତ ରହି ନିଜ ନିଜର ସୁ ଚିନ୍ତିତ ମତ ବ୍ୟସ୍ତ କରି ଯାତ୍ରା ପରିଚାଳନା କମିଟିକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇ ଥିବାର ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
