April 24, 2026

ଅଷ୍ଟମତମ ଶିକ୍ଷକ ସୌରଭ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ 

IMG-20260107-WA0017
Share

ବୁଗୁଡ଼ା : ତା ୦୭/୦୧/୨୬: ସ୍ଥାନୀୟ ମା’ ମାଳିଝୋଳା ଶକ୍ତିପୀଠ ପରିସରରେ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ନ୍ଯାସ ପକ୍ଷରୁ ଅଷ୍ଟମତମ ଶିକ୍ଷକ ସୌରଭ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନ୍ଯାସର ପ୍ରତିଷ୍ଠା ଦିବସରେ ସଭାପତି ବିଶ୍ବମୋହନ ମିଶ୍ରଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସମ୍ମାନିତ ଅତିଥି ଭାବେ କେ.ନୀଳମାଧବ ଆଚାରୀ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ଅବସରରେ ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ସାହୁ, ଭାସ୍କର ମହାରଣା, ଦଣ୍ଡପାଣି ଗୌଡ, କାଳି ଚରଣ ଦାଶ, ରାଜ କୁମାରୀ ପଟ୍ଟନାୟକ, ରମେଶ ଚନ୍ଦ୍ର ବେହେରା, ହୁର୍ଷିକେଶ ମିଶ୍ର, ପ୍ରକାଶ ଚନ୍ଦ୍ର ରଥ, ସୁରେଶ ଚନ୍ଦ୍ର ଦାଶ, ଉମା ଚରଣ ଦାଶ, କାଳି ଚରଣ ତ୍ରିପାଠୀ, ନିରଞ୍ଜନ ସ୍ବାଇଁ, ବିଶ୍ବ ମୋହନ ମିଶ୍ର, ବିପିନ ବିହାରୀ ପଟ୍ଟନାୟକ, ଧ୍ରୁବ ଚରଣ ପାଣିଗ୍ରାହୀ, କମଳ କୁମାରୀ ମିଶ୍ର, ବିମ୍ବାଧର ତ୍ରିପାଠୀ, ଦିବାକର ସାମନ୍ତରା ପ୍ରମୁଖଙ୍କୁ ଉପଢୌକନ, ମାନପତ୍ର ଓ ସ୍ମୃତି ଫଳକ ପ୍ରଦାନ ପୂର୍ବକ ‘ଶିକ୍ଷକ ସୌରଭ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହ ପୂର୍ବରୁ ଆୟୋଜିତ ପ୍ରବନ୍ଧ ଲିଖନ , ଚିତ୍ରାଙ୍କନ, ଦେଶାତ୍ମବୋଧକ ସଙ୍ଗୀତ ଗାନ ଓ ସାଧାରଣଜ୍ଞାନ ଆଦି ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ବଂଶୀଧର ଦାଶ ବେଦପାଠ, ଯୁଗ୍ମସମ୍ପାଦକ ଗୌରୀପତି ଦାଶ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ଏବଂ ସାଧାରଣ ସମ୍ପାଦକ ହରେକୃଷ୍ଣ ପାତ୍ର ବିବରଣୀ ପାଠ କରିଥିବା ବେଳେ ପରିଶେଷରେ ଉପସଭାପତି ବିପିନ ବିହାରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ରଥଙ୍କ ସମେତ ପଦ୍ମ ଚରଣ ପଣ୍ଡା, ଗନ୍ଧର୍ବ ଗୌଡ, ଶ୍ଯାମ ସୁନ୍ଦର ନାୟକ, ମନୋରଞ୍ଜନ ଦାଶ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।