ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ଦ୍ୱlରା ରକ୍ତଦାନ ଶିବିର ଅନୁଷ୍ଠିତ….
ପାରାଦୀପ ର ଅଗ୍ରୀମ ସ୍ୱେଛାସେବି ସଂଗଠନ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ , ଓ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱlରା ଏକ ରକ୍ତଦାନ ଶିବିର କୁଜଙ୍ଗ ସୂଚନା ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ 55 ଗୋଟି ରକ୍ତ ୟୁନିଟ ସଂଗ୍ରହ କରାଜାଇଥିଲା ଏବଂ ଏହି ଶିବିରରେ ପ୍ରଥମେ କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନିନାରାଣୀ ସାହୁ, କୁଜଙ୍ଗ ସରପଂଚ ବନ୍ଦିତ ଦାସ, ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଡ଼କ୍ଟର ସଚିତ୍ର କୁମାର ରାଉତ, ମୂଖ୍ୟ ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାସ, ବିଶ୍ଵ ହିନ୍ଦୁ ପରିଷଦ ଜଗତସିଂହପୁର ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦ ସତସଙ୍ଗ ପ୍ରମୁଖ ତଥା ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଧୃତି ଧର ଦାସ ଜିଲ୍ଲା ର ସଭାପତି ପଣ୍ଡିତ ପ୍ରଫୁଲ୍ଲ ସାହୁ, ସଂପାଦକ ନଳିନୀ ବାବା, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଓ ସମାଜ ସେବୀ ସୌରି ସାମନ୍ତରାୟ ପ୍ରଥମେ ଦିପ ପ୍ରଯୋଳନ କରିଥିଲେ । ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଡ଼କ୍ଟର ସଚିତ୍ର କୁମାର ରାଉତ ଅତିଥି ମାନଙ୍କୁ ପୁଷ୍ପ ଗୋଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପରିସରରେ ଚାଲିଥିବ ରକ୍ତ ଦାତଙ୍କୁ ଅତିଥି ମାନେ ରକ୍ତଦାନ ଏକ ମହତ ପୂର୍ଣ୍ଣ କହି ଉତ୍ସାହିତ କରିଥିବା ସହ ରକ୍ତଦାନ ସଂଗ୍ରହ କୁ ସୁଚାରରୁପେ ପରିଚାଳନା କରିଥିଲେ।
ରକ୍ତଦାନ ମହତ୍ୱପୂର୍ଣ୍ଣ ଗୋଟିଏ ଜୀବନ ବଞ୍ଚାଇବାକୁ ହେଲେ ରକ୍ତର କେତେ ଆବଶ୍ୟକ ହୋଇଥାଏ ।ଏହିଭଳି ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଭବିଷ୍ୟତରେ ଅନ୍ୟତ୍ର ଆୟୋଜନ କରାଜିବ ବୋଲି ସମସ୍ତ ଙ୍କୁ ପରିପ୍ରକାଶ କରିଥିବା ସହ ନୂତନ ବର୍ଷ ରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତା ଙ୍କୁ କୃତଜ୍ଞତା ଜଣାଇବା ସହ ଆଗମୀ ଦୀନରେ ଆମ ମୂଖ୍ୟ ଉଦେଶ୍ୟ ସ୍ବାସ୍ଥ୍ୟ ଯାହାକି ଲୋକେମାନେ ଭଲ ହେବେ ସେଥି ପାଇ ମେଗା ହେଲ୍ଥ କ୍ୟାମ୍ପ କରିବୁ ବୋଲି ସ୍ମଇଲ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଡକ୍ଟର ଶ୍ରୀ ସଚିତ୍ର କୁମାର ରାଉତ ପରି ପ୍ରକାଶ କରି ଥିଲେ। ତାହା ସହିତ ତେରାପନ୍ଥ ଯୁବପରିସଦ କଟକ ଓ ରେଡକ୍ରସ ର ସମସ୍ତ କର୍ମକର୍ତା , କୁଜଙ୍ଗ ମଣ୍ଡଳ ଓବିସି ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ଗୁରୁ, ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ ଦିଲ୍ଲୀପ କୁମାର ମହାପାତ୍ର, ଅମରଜିତ୍ ବିଶ୍ଵାଳ, ଧନେଶ୍ଵର ସ୍ଵାଇଁ, ପ୍ରସାନ୍ତ ଚୌଧିର, ଗୁରୁ ଚରଣ ସ୍ଵାଇଁ, ଦେବବର୍ତ ପ୍ରଧାନ ଏହି ଶିବିରକୁ ସହଯୋଗ କରିଥିବାରୁ ସଭାପତି ଡ଼କ୍ଟର ସଚିତ୍ର କୁମାର ରାଉତ ଧନ୍ୟଵାଦ ଅର୍ପଣ କରିଥିଲେ। (ପାରାଦୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଓଡ଼ିଶା)