April 28, 2026

ମାଇନ୍ସ ଅଧିକାରୀ କହି ଟ୍ରାକ୍ଟର ଗୁଡିକ ଠାରୁ ଜରିମାନା ଆଦାୟ ଅଭିଯୋଗ !

jugiugi
Share

 

ଗୁଣୁପୁର,ରାୟଗଡା ଜିଲ୍ଲା ଗୁଣୁପୁର ସହର ସମେତ ଆଖପାଖ ଅଞ୍ଚଳ ରୁ ଆଜି ସକାଳୁ ଦୁଇଜଣ ବ୍ୟକ୍ତି ବିଶେଷ ଏକ କାର ରେ ଆସି ଟ୍ରାକ୍ଟର ଗୁଡିକୁ ଅଟକାଇ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରୁଥିବା ଦେଖିବାକୁ ମିଳିଥିଲା । ଜଣେ ନିଜକୁ ମାଇନ୍ସ ର ଅଧିକାରୀ କହୁଥିବା ବେଳେ ଆଉ ଜଣେ ଗାଡ଼ି ଗୁଡିକ ଅଟକାଇ ଜରିମାନା ଦେବା ପାଇଁ କହୁଥିଲେ । ତେବେ ହଠାତ ଗୁଣୁପୁର ସହର ମଧ୍ୟରେ ଏଭଳି ଘଟଣା ଘଟୁଥିବା ବିଜୁଳି ବେଗରେ ପ୍ରଚାରିତ ହେବା ପରେ କିଛି ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚି ସତ୍ୟାସତ୍ୟ ଯାଞ୍ଚ କରିଥିଲେ । ତେବେ ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ମାଇନ୍ସ ର ଅଧିକାରୀ ହୋଇଥିବା ବେଳେ ଅନ୍ୟଜଣେ ଅପରିଚିତ ବ୍ୟକ୍ତି ଥିବା ଜଣାପଡିଥିଲା । ଯିଏ କି ଗାଡି ଗୁଡ଼ିକ ଅଟକାଇବା କାର୍ଯ୍ୟ ରେ ଲାଗିପଡିଥିଲେ । ଗଣମାଧ୍ୟମ ପ୍ରତିନିଧିମାନେ ବାରମ୍ବାର ତାଙ୍କ ପରିଚୟ ପଚାରିଥିଲେ ମଧ୍ୟ କିଛି ନ କହି ନିଜ ମୁହଁକୁ ଗାମୁଛାରେ ଢ଼ାଙ୍କି ଦେଉଥିବା ଦେଖିବାକୁ ମିଳିଥିଲା । ତେବେ ଉକ୍ତ ମାଇନ୍ସ ଅଧିକାରୀ ମଧ୍ୟ ଏନେଇ ନୀରବ ରହିଥିଲେ । ତେବେ କିଏ ଏହି ଅଜଣା ବ୍ୟକ୍ତି ? ତାଙ୍କୁ କିଏ ପଠେଇଛନ୍ତି କାହା ସାହସରେ ସେ ଏଭଳି ଗାଡ଼ି ମଟର ଅଟକାଇବା କାର୍ଯ୍ୟ ରେ ନିୟୋଜିତ ଥିଲେ ତାହା ପ୍ରଶ୍ନବାଚୀ । ଯଦି ମାଇନ୍ସ ର କୌଣସି ଅଧିକାରୀ ତେବେ ନିଜ ପରିଚୟ ନ ଦେବା, ଗାମୁଛାରେ ମୁହଁ ଢାଙ୍କିବା କାରଣ କଣ ହୋଇପାରେ ?(ସୁରେନ୍ଦ୍ର ମହାନ୍ତି )