ଆୟୁଷ ଛାତ୍ର ଙ୍କ ଦାବିକୁ ସରକାରଙ୍କ ଅଣଦେଖା କାନ୍ଧୁଛି ସାରା ଓଡିଶା :ସରକାର ନିରବଦ୍ରଷ୍ଟା
![]()

ସମ୍ବଲପୁର, ୦୬. ୧୨():ସାରା ଓଡ଼ିଶାରେ ଆୟୁଷ ଛାତ୍ର ଆନ୍ଦୋଳନ ଦିନକୁ ଦିନ ବ୍ୟାପକ ହେଉଥିବା ବେଳେ ରାଜ୍ୟ ସରକାର ଚୁପ ବସିବାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖାଦେଇଛି। ଯାହା ରାଜ୍ୟ ପାଇଁ ଶୁଭ ସୂଚନା ନୁହେଁ ବୋଲି ଆଜି ସମ୍ବଲପୁର ଠାରେ ଆନ୍ଦୋଳନକୁ ସମର୍ଥନ ଦେଇ ସରକାର ପିଲାଙ୍କ ଦାବିପ୍ରତି ସଦୟ ମନୋଭାବ ପୋଷଣ କରିବାକୁ ସେମାନେ ଅନୁରୋଧ କରିଛନ୍ତି।
ନିଖିଳ ଓଡିଶା ଆୟୁଷ ଛାତ୍ର ସଂଗଠନ ଦ୍ୱାରା ୮ ଦଫା ଦାବି ନେଇ ନଭେମ୍ବର ୬ ତାରିଖରୁ କଳା ବ୍ୟାଚ, ୨୪ ତାରିଖରୁ କଲେଜରେ ତାଲା ବନ୍ଦ ଓ ୩୦ ତାରିଖରୁ କଲେଜ ବାରଣ୍ଡାରେ ଦିବାରାତ୍ର ଧାରଣା ଦେଇ ଆନ୍ଦୋଳନକୁ ବ୍ୟାପକ କରୁଥିବା ବେଳେ ଆୟୁଷ ପ୍ରତି ସରକାର ନିରବଦ୍ରଷ୍ଟା ସାଜିବା ଆଦୌ ଠିକ ନୁହେଁ ବୋଲି ବିଚାର କରାଯାଉଛି।
ଦାବି ମଧ୍ୟରେ ନୂତନ ଆୟୁଷ ଡାକୁର ପଦବୀ ସୃଷ୍ଟି କରିବା,ଉଚ୍ଚଶିକ୍ଷା ନିମନ୍ତେ ଆସନ ବୃଦ୍ଧି,ଡାଇନାମିକ ଷ୍ଟାଇପେଣ୍ଡ ଦେବା,କଲେଜ ଗୁଡିକରେ ପରିଚାଳନା କମିଟି ପୁନଃ ଗଠନ କରିବା,କେନ୍ଦ୍ର ଆୟୁଷ ମନ୍ତ୍ରାଳୟର ସମସ୍ତ ନିୟମାବଳୀ ପାଳନ କରାଯିବା,ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାରେ ଆୟୁଷକୁ ଅନୁର୍ଭୁକ୍ତ କରିବା,ଆୟୁଷ ଚିକିତ୍ସା ପଦ୍ଧତି ର ପ୍ରଚାର ପ୍ରସାର କରାଯିବା ସ୍ବତନ୍ତ୍ର ଆୟୁଷ ମନ୍ତଣାଳୟ କାର୍ଯ୍ୟକାରୀ କରିବା ଭଳି ଯଥାର୍ଥ ଦାବି ରହିଥିବା ବେଳେ ସରକାର କାହିଁକି ତାଳଟୁଳ ନୀତି ଆପଣେଇଛନ୍ତି ବୋଲି ଆନ୍ଦୋଳନକୁ ସମର୍ଥନ ଦେଇ ବରିଷ୍ଠ ଆୟୁର୍ବେଦ ଚିକିତ୍ସକ ନେତା ତାକ୍ତର ରାଜାରାମ ଷଡ଼ଙ୍ଗୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଭାରତ ସରକାରଙ୍କ ଆୟୁଷ ପ୍ରତି ଗୁରୁତ୍ୱକୁ ରାଜ୍ୟ ସରକାର ଉପଲବ୍ଧି କରିପାରିନଥିବାରୁ ରାଜ୍ୟରେ ଆୟୁଷ ର ସବୁ ଭୁତ୍ତିଭୂମି ରହିବି ତାହା ବିକଶିତ ହୋଇପାରୁନାହିଁ ବୋଲି ଆନ୍ଦୋଳନକୁ ସମର୍ଥନ ଜଣାଇ ଅନଶନରେ ବସିଥିବା ଓଡିଶା ସାମ୍ବାଦିକ ସଙ୍ଘ ର ପଶ୍ଚିମ ଓଡିଶା ପ୍ରାନ୍ତୀୟ ସମ୍ପାଦକ ସାମ୍ବାଦିକ ରମାକାନ୍ତ ବିଶ୍ୱାଳ କ୍ଷୋଭ ପ୍ରକାଶ କରିଛନ୍ତି।ସେହିପରି ଅଲ ଓଡିଶା ସରକାରୀ ହୋମିଓପାଥି ସର୍ଭିସ ଆସୋସିଏସନ ର ପୂର୍ବତନ ସଭାପତି ଡା. ଗୋପାଳ ଚନ୍ଦ୍ର ବେହେରା ସମର୍ଥନ ଦେଇ ନ୍ୟାର୍ଯ୍ୟ ଦାବି କୁ ସରକାର ଅବିଳମ୍ଭେ ପୂରଣ କରିବାକୁ କହିଥିଲେ।
ଏପରିକି ଆମକୁ ସୁଯୋଗ ଦିଅ ଆମେ ସୁସ୍ଥ ଓଡିଶା ଦେବୁ ବୋଲି ନିଖିଳ ଓଡିଶା ଆୟୁଷ ଛାତ୍ର ସଂଗଠନ ସରକାରଙ୍କ ଠାରେ ଅପିଲ କରିବା ପରେ ବି ସରକାର ଆୟୁଷ ଡାକ୍ତର ଙ୍କ ଉପରେ ବିଶ୍ୱାସ ନକରିବା ଦୁର୍ଭାଗ୍ୟ ଜନକ ବିଷୟକହି ରାଜ୍ୟର ସମସ୍ତ ପ୍ରାଥମିକ ଚିକିତ୍ସାଳୟ ଗୁଡିକୁ ଆୟୁଷ ଡାକ୍ତର ହାତରେ ଛାଡ଼ିଦେଇ ସିଏଚସି ଉପରକୁ ଏମବିବିଏସ ଓ ବିଶେଷଜ୍ଞ ଡାକ୍ତରଙ୍କ ଉପରେ ସରକାର ଦାୟିତ୍ୱ ନ୍ୟସ୍ତ କଲେ ଆମକୁ ସୁଯୋଗ ଦିଅ ଆମେ ସୁସ୍ଥ ଓଡିଶା ଦେବୁ ସ୍ବପ୍ନ ସାର୍ଥକ ହେବ ବୋଲି ଡାକ୍ତର ଷଡ଼ଙ୍ଗୀ ସରକାର ଙ୍କୁ ପୂର୍ଣ୍ଣ ବିଶ୍ୱାସ ଦେଇଥିବା ବେଳେ ଏହାର ଅନେକ ଉଦାହରଣ କୁ ସରକାର ମନେ ପକାଇବାକୁ କହିଛନ୍ତି।
ଅନ୍ୟ ପକ୍ଷରେ ରାଜ୍ୟରେ ୧୧୮୮ ରୁ ଓଡ଼ିଶାରେ ୮୭୧ ଆୟୁଷ ଡାକ୍ତରଖାନା କାର୍ଯ୍ୟକରୁଛି। ୧୧୨ ଡାକ୍ତର ପଦବୀ ଖାଲି ପଡିଛି। ୧୭୯ ସହାୟକ ପଦବୀ ଖାଲି ପଡିଛି। ୪୦୪ ଡାକ୍ତରଖାନା ପାଇଁ ନିଜସ୍ୱ ଜମି ନାହିଁ। ୪୧୭ ଡାକ୍ତରଖାନା ରେ ଜଳ ଯୋଗାଣ ନଥିବା ବେଳେ ୨୯୭ ଟି ଡାକ୍ତରଖାନା ର ନିଜସ୍ୱ କୋଠା ନାହିଁ। ଏପରିକି ସବୁଠୁ ବଡ଼ ଦୁର୍ଭାଗ୍ୟର କଥା ୫୭୯ ଟି ଡାକ୍ତରଖାନା ରେ ଶୌଚାଳୟ ନଥିବା ବେଳେ ୭୪୨ ଡାକ୍ତରଖାନା ରେ ଆବାସ ସୁବିଧା ନାହିଁ। ରାଜ୍ୟ ସରକାର ଏଦିଗରେ ମଧ୍ୟ୍ୟ ଚିନ୍ତା କରିବା କଥା ବୋଲି ସେ ଚେତାଇ ଦେଇ ରାଜ୍ୟରେ ଆୟୁଷ କୁ ମାରି କୌଣସି ସରକାର ତିଷ୍ଠି ନାହିଁ ବରଂ ଡବଲ ଇଞ୍ଜିନ ସରକାର ଆଉ ଗୋଟିଏ ଇଞ୍ଜିନ ଛାଡି ଗୋଟିଏ ଇଞ୍ଜିନରେ ଭରସା କଲେ ମା ମାଟିକୁ ମାରିବା ସାର ହେବ ବୋଲି ଆନ୍ଦୋଳନକାରୀ ଚେତାଇ ଦେଇଛନ୍ତି।
ଅନ୍ୟପଟେ ଗତକାଲି ସନ୍ଧ୍ୟାରେ ଆନ୍ଦୋଳନକାରୀ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଙ୍କୁ ଭେଟି ସମସ୍ୟା ଓ ଦାବି ବିଷୟରେ ଜଣାଇ ସମାଧାନ ପାଇଁ ଦାବି କରିଥିଲେ। ଅନ୍ୟ ପଟେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ ଆୟୁଷ ଛାତ୍ର ମାନଙ୍କ ଦାବି କୁ ସମର୍ଥନ ଦେଇ ବିଧାନସଭା ରେ ଏହି ସମସ୍ୟା ଉଠାଇବେ ବୋଲି କହିଛନ୍ତି।
