ଉମରକୋଟ କୃଷି ବିଭାଗ ତରଫରୁ ଚାଷୀଙ୍କୁ ନାକ ଚଣା ଓ ମୁଗ ବିହନ ବଣ୍ଟନ…..
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ସରକାରଙ୍କ ବ୍ୟାପକ ଧାନ ପଡ଼ିଆ ପରିଚାଳନା (CRFM) କାର୍ଯ୍ୟକ୍ରମ ଯୋଜନାର ଅନ୍ତର୍ଗତ ଉମରକୋଟ ବ୍ଲକ କୃଷି ଓ ପରାମର୍ଶ କେନ୍ଦ୍ର ପରିସରରେ କୃଷି ବିଭାଗ ତରଫରୁ ଚାଷିଙ୍କୁ ମାଗଣା ରେ ନାକଚଣା ଓ ମୁଗ ବିହନ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ପ୍ରତିନିଧି ଅଶୋକ ପାଢୀ ଓ ସାଂସଦ ପ୍ରତିନିଧି ରାମ ନାୟକ ଯୋଗଦେଇ ଚାଷୀ ଙ୍କୁ ବିହନ ବଣ୍ଟନ କରିଥିଲେ। ଚଳିତ ରବି ଋତୁରେ ଉମରକୋଟ ବ୍ଳକର ୧୯୦୦ ହେକ୍ଟର ଅଣ ଜଳସେଚିତ ଜମିରେ ନାକଚଣା ଚାଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୫ ହାଜର ଚାଷିଙ୍କୁ ୬୮୦ କ୍ୟୁଣ୍ଟାଲ ବିହନ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ । ସେହିପରି ମୁଗ ବିହନ ୪୦୦ ହେକ୍ଟର ଜମିରେ ଚାଷ କାରିବାକୁ ଲକ୍ଷ୍ୟ ନେଇ ୮୦ କ୍ୟୁଣ୍ଟାଲ ମୁଗ ବିହନ ୧୨୦୦ ଜଣ ଚାଷୀଙ୍କୁ ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ବ୍ଲକ କୃଷି ଅଧିକାରୀ ସନ୍ତୋଷ ନାୟକ ପ୍ରକାଶ କରିଥିଲେ। ଡାଲି ଆମ ଶରୀର ପାଇଁ ସ୍ୱାସ୍ଥ୍ୟକର, ପୁଷ୍ଟିକର ଓ ଏହାକୁ ସହଜରେ ରୋଷେଇ କରାଯାଇପାରେ । କମ୍ ସବୁଜ ଗୃହ ଗ୍ୟାସ୍ ନିର୍ଗମନ, ମୃତ୍ତିକା ସ୍ୱାସ୍ଥ୍ୟରେ ଉନ୍ନତି ଏବଂ ଅନ୍ୟ ଫସଲ ତୁଳନାରେ କମ୍ ଜଳ ଆବଶ୍ୟକ କରୁଥିବାରୁ ଡାଲିଜାତୀୟ ଫସଲ ଦୀର୍ଘସ୍ଥାୟୀ କୃଷିକୁ ପ୍ରୋତ୍ସାହିତ କରିଥାଏ । ଖାଦ୍ୟରେ ପୁଷ୍ଟିସାର ଯୋଗାଣ କ୍ଷେତ୍ରରେ ଡାଲି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ବିଶେଷ କରି ଭାରତରେ ଧାନ ଭିତ୍ତକ ଫସଲ ବ୍ୟବସ୍ଥାରେ ଖାଦ୍ୟ ବିବିଧତା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ କୃଷି ଅଧିକାରୀ। ଏହି ଅବସରରେ ବ୍ଲକ କୃଷି ଅଧିକାରୀ ସନ୍ତୋଷ ନାୟକଙ୍କ ସହ ସହକାରୀ କୃଷି ଅଧିକାରୀ ଅଞ୍ଜଳି ନାୟକ, କୃଷି ଓଭରସିଓର ସୁନନ୍ଦା ପଣ୍ଡା,ପୁଷ୍ପା ରାଣୀ ଦାସ, ଅଳ୍ପନା ହାଲଦାର , ବନ୍ଦିତା ଓଦୁ, କୃଷି ସେବକ ମୀନକେତନ ଭତ୍ରା, ଏଟିଏମ୍ ଆଶୁତୋଷ ପଟ୍ଟନାୟକ, ଜୟନ୍ତ ସାସମଲ , ଅନୁପମ ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
