September 25, 2026

ସତ୍ୟବାଦୀ ଜୁନିୟର କଲେଜରେ ‘ଯୁବ ଓଡିଶା ନବୀନ ଓଡ଼ିଶା’ ଓ ବିପର୍ଯ୍ୟୟ ପରିଚାଳନା ଶିବିର

IMG-20231206-WA0000
Share

ସତ୍ୟବାଦୀ ଜୁନିୟର କଲେଜରେ ‘ଯୁବ ଓଡିଶା ନବୀନ ଓଡ଼ିଶା’ ଓ ବିପର୍ଯ୍ୟୟ ପରିଚାଳନା ଶିବିର

ଉଲୁଣ୍ଡା – ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ସତ୍ୟବାଦୀ ଜୁନିଅର କଲେଜ ପରିସରରେ ବିପର୍ଯ୍ୟୟ ପରିଚାଳନା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରାୟୋଜିତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ‘ଯୁବ ଓଡିଶା ନବୀନ ଓଡ଼ିଶା’ (ନୂଆ-ଓ) ର ସାମାଜିକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀ ମାନଙ୍କୁ ଯୋଗ ଓ ଏହାର ଉପକାରିତା, ବିଭିନ୍ନ ଆସନ, ପ୍ରାଣାୟାମ, ନିୟମାବଳୀ ସମ୍ବନ୍ଧରେ ପତଞ୍ଜଳୀ ଯୁବା ଭାରତ, ସୋନପୁର ର ଜିଲ୍ଲା ସଂଯୋଜକ ମନୋଜ କୁମାର ପଣ୍ଡା ପୁଙ୍ଖାନୁପୁଙ୍ଖ ଉପରେ ଆଲୋଚନା କରିଥିଲେ। ଏହା ସହିତ ଯୋଗ ମାଧ୍ୟମରେ ଏକ ସୁସ୍ଥ ଜୀବନଯାପନ କରିବା ପାଇଁ ପରାମର୍ଶ ଦେଇଥିଲେ ।ଏହି ଅବସରରେ ଅଧ୍ୟକ୍ଷ ଶ୍ରୀକାନ୍ତ ପଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ l ବୀରମହାରାଜପୁର ଅଗ୍ନିଶମ ଅଧିକାରୀ ଭରତ ଲାଲ ଏକ୍କା ବିଭିନ୍ନ ପ୍ରକାର ବିପର୍ଯୟ ବିଷୟରେ ସୁବିସ୍ତୃତ ଆଲୋଚନା କରିଥିବାବେଳେ କିପରି ସଠିକ୍ ପରିଚାଳନା କରି ଜନଜୀବନ ଜନଜୀବନ ରକ୍ଷା କରାଯାଇପାରିବ ବୁଝାଇଥିଲେ। ଅଗ୍ନିଶମ କର୍ମଚାରୀ ଶତ୍ରୁଘନ କିଷାନ ଓ ସୁରେନ କୁମାର ପଧାନ୍ ବିଭିନ୍ନ ବିପର୍ଯୟ ତଥା ଅଗ୍ନିଜନିତ ବିପତ୍ତିକୁ ସୁପରିଚାଳନା କରିବାର କୈାଶଳମାନ ପ୍ରଦର୍ଶନ କରିଥିଲେ । ସାମାଜିକ କର୍ମ ବିଭାଗିୟ ଅଧିକାରୀ ଅଧ୍ୟାପକ କିଶୋର ସାହୁ ସଭା ପରିଚାଳନା କରିଥିବା ବେଳେ ଆଇୟୁଡିପି ନୋଡାଲ୍ ଅଫିସର୍ ଅଧ୍ୟାପିକା ପ୍ରତିମା ବାରିକ୍ ଧନ୍ୟବାଦ ଅର୍ପଣ କରିଥିଲେ। କଲେଜର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।