April 25, 2026

ବେଆଇନ କ୍ଲିନିକ ଉପରେ ଗୁଣୁପୁର ଉପଜିଲ୍ଲାପାଳ ଙ୍କ ଚଢ଼ାଉ..

IMG-20251106-WA0056
Share

 

ଗୁଣପୁର(ସୁରେନ୍ଦ୍ର ମହାନ୍ତି )ରୋଗୀଙ୍କୁ ଦେଉଥିଲେ ମନଇଚ୍ଛା ଇଂଜେକସନ ଓ ସଲାଇନ ଓ ନିଜ ପାଖରେ ଥିବା ଔଷଧ । ଆଉ ରୋଗୀଙ୍କ ପାଖରୁ ମୋଟା ଅଙ୍କର ଟଙ୍କା ଲୁଟୁଥିଲେ ବେଆଇନ କ୍ଲିନିକ ମାଲିକ ମାନେ । ଏ ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲା ଗୁଣୁପୁର ସହରର । ସହର ସାରା ମାଳ ମାଳ କ୍ଲିନିକ । ବେଆଇନ ଭାବେ ଅନେକ କ୍ଲିନିକ ଖୋଲି ନିଜେ ନିଜେ ଡାକ୍ତର ସାଜି ରୋଗୀଙ୍କୁ ଦିଆଯାଉଛି ଔଷଧ ଓ ଇଂଜେକସନ । ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ସବୁ ଜାଣିଶୁଣି ଚୁପ ବସିଥିବା ବେଳେ ଏବେ ନୂତନ ଭାବେ ଯୋଗ ଦେଇଥିବା ଯୁବ ଆଇଏଏସ ତଥା ଗୁଣୁପୁର ଉପଜିଲ୍ଲାପାଳଙ୍କ ନଜର କୁ ଆସିଥିଲା ଏଭଳି ବେଆଇନ କାରବାର । ବିଳମ୍ବ ନ କରି ଆଜି ଗୁଣୁପୁର ଉପଜିଲ୍ଲାପାଳ ସ୍ଥାନୀୟ ପୋଲିସ ସହାୟତା ରେ ସହରର ୫ ଟି କ୍ଲିନିକ ଉପରେ ଅଚାନକ ଚଢ଼ାଉ କରିଥିଲେ । ଏଠାରେ ରୋଗୀଙ୍କୁ ବିଭିନ୍ନ ପ୍ରକାର ଔଷଧ ଓ ଇଂଜେକସନ ବେଆଇନ ଭାବେ ଦିଆଯାଉଥିବା ଦେଖିବାକୁ ପାଇଥିଲେ । ବେଆଇନ ଭାବେ ଚାଲୁଥିବା ୩ ଗୋଟି କ୍ଲିନିକ କୁ ତୁରନ୍ତ ସିଲ୍ କରିବାକୁ ନିର୍ଦ୍ଦେଶ ଦେବା ସହ ଗୁଣୁପୁର ଉପଖଣ୍ଡର ସମସ୍ତ କ୍ଲିନିକ ର ବୈଧ କାଗଜପତ୍ର ଯାଞ୍ଚ କରିବାକୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ଅବଗତ କରାଇଥିଲେ। ଆଗାମୀ ଦିନରେ ସମସ୍ତ କ୍ଲିନିକ ଯାଞ୍ଚ କରାଯିବ ଓ ବେଆଇନ ଭାବେ ଚାଲୁଥିବା କ୍ଲିନିକ ବନ୍ଦ କରାଯିବା ସହ ଦୋଷୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।