June 21, 2026

ରାତିରେ ସ୍କୁଟି ପୋଡିଦେଲେ ଅଜଣା ଦୁର୍ବୃତ୍ତ 

IMG-20241106-WA0056
Share

ବୁଗୁଡା : ତା ୦୬/୧୧/୨୪ : ବୁଗୁଡା ଏନ୍ଏସି ଅନ୍ତର୍ଗତ ବଡଦାଣ୍ଡ ସାହି ନିବାସୀ ସାଗର ପଣ୍ଡାଙ୍କ ସ୍କୁଟିକୁ ଅଜଣା ଦୁର୍ବୃତ୍ତ ପୋଡି ଦେଇଥିବା ଜଣାଯାଇଛି। ପ୍ରକାଶ ଯେ , ସବୁଦିନ ଭଳି ଗତକାଲି ରାତିରେ ମଧ୍ୟ ସାଗରଙ୍କ ସ୍କୁଟି ଘର ବାହାରେ ରହିଥିଲା। କୌଣସି ଦୁର୍ବୃତ୍ତ ଉଦ୍ଦେଶ୍ୟମୂଳକ ଭାବେ ସ୍କୁଟିରେ ନିଆଁ ଲଗାଇ ଦେଇଥିଲେ । ଅଗ୍ନିକାଣ୍ଡରେ ସ୍କୁଟିଟି ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ସ୍କୁଟିଠାରୁ ଅଳ୍ପ ଦୂରରେ ଥିବା ଅନ୍ୟ ଏକ ବାଇକର ଡାହାଣ ମଧ୍ୟ ପାର୍ଶ୍ବ ନିଆଁ ଝାସରେ କ୍ଷତିଗ୍ରସ୍ତ ହୋଇଛି। ରାତି ପ୍ରାୟ ସାଢେ ଦୁଇଟା ବେଳେ ଲୋକେ ସ୍କୁଟିଟି ଜଳୁଥିବା ଦେଖି ସାଗରକୁ ଜଣାଇଥିଲେ। ନିଆଁକୁ ଆୟତ୍ତ କଲାବେଳକୁ ସ୍କୁଟିଟି ସମ୍ପୂର୍ଣ୍ଣ ଭାବେ ପୋଡି ଯାଇଥିଲା। ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି । ବୁଗୁଡା ସହରରେ ଏଭଳି ଘଟଣା ପ୍ରଥମ ଥର ପାଇଁ ହୋଇଥିବା ବେଳେ ଏନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।