November 14, 2024

କାଶୀନଗର ପଞ୍ଚାୟତ ସମିତି ବୈଠକ..

Share

କାଶୀନଗର ବ୍ଲକ ର ଅଷ୍ଟମ ସାଧାରଣ ବୈଠକ ସଦଭାବନା ଗୃହ ଠାରେ ବ୍ଲକ ଅଧକ୍ଷା ବାଲ୍ଲା ସାଇ ଆମ୍ମା ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ସମିତି ବୈଠକ ଙ୍କୁ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅନ୍ୟତମ ଅତିଥି ଜିଲ୍ଲା ପରିଷଦ ଅଧକ୍ଷ ଗାବରା ତିରୁପତି ରାଓ ବୈଠକ ରେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ ର ଆଲୋଚନା ରେ ଭାଗ ନେଇଥିଲେ। ବି.ଡି.ଓ ଡମ୍ବୁରୁଧର ମଲ୍ଲିକ ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକ ରଆଭିମୁଖ୍ୟ ଓ ଏଜେଣ୍ଡା ସମ୍ପର୍କ ରେ ବୁଝାଇ ଥିଲେ। ବ୍ଲକ ଉପାଧକ୍ଷା ଏସ. କଲ୍ୟାଣୀ ଓ ସହକାରୀ ଯନ୍ତ୍ରୀ ନାରାୟଣ ପାଢ଼ୀ ସଭାରେ ଯୋଗଦେଇ ଥିଲେ।ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ସାହୁ ପୂର୍ବ ବୈଠକ ର ବିବରଣୀ ପଠନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ସମିତି ବୈଠକରେ ଶିକ୍ଷା,ସ୍ୱାସ୍ଥ୍ୟ, ପାନୀୟ ଜଳ, ଯୋଗାଣ ମସ୍ୟ, ଜଳ ସେଚନ କୃଷି, ଓ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ଉନ୍ନୟନ କାର୍ଯ୍ୟର ଅନୁଦାନ ଉପରେ ଆଲୋଚନା କରାଯାଇଥିଲା। ଶିଶୁ ବିକାଶ ବିଭାଗର 281 ଟି କେନ୍ଦ୍ର ରେ ଆଲୋକି କରଣ, ଜଳ ଯୋଗାଣ ନିମନ୍ତେ ଅନୁରୋଧ କରିଥିଲେ। ଶିକ୍ଷା ବିଭାଗର ବେସରକାରୀ ସ୍କୁଲ ର ମଞ୍ଜୁରୀ ଓ ତେଲୁଗୁ ପୁସ୍ତକ ଯୋଗାଣ, ଶିକ୍ଷକ ବଦଳି ନେଇ ଆଲୋଚନା କରାଯାଇଥିଲା। ନିରକ୍ଷର ମାନଙ୍କୁ ସ୍ଵାକ୍ଷର କରିବା ପାଇଁ ଶିକ୍ଷା ବିଭାଗର ଏନ୍.ଏଲ୍.ପି ଯୋଜନାର କାର୍ଯ୍ୟ କାରିତା ସଂପର୍କ ରେ କହିଥିଲେ। ସମସ୍ତ ସମିତି ସଭ୍ୟ ସମସ୍ତ ବିଭାଗୀୟ ଅଧିକାରୀ ମାନେ ବୈଠକ ରେ ଯୋଗଦେଇ ଥିଲେ। ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡାକ୍ତର ସୌମ୍ୟ ରଂଜନ ଦାସ ହିତାଧିକାରୀ ଙ୍କୁ ମଶାରୀ ବଣ୍ଟନର ଶୁଭାରମ୍ଭବ ବିଧାୟକ ଦ୍ୱାରା କରାଯାଇଥିଲା। ଦିବଂଗତ ଦୁଇ ସରପଞ୍ଚ ଙ୍କ ନିମନ୍ତେ 2 ମିନିଟ ନିରବ ପର୍ଥନା କରାଯାଇଥିଲା।