June 21, 2026

ମନରେଗା କାର୍ଯ୍ୟ ତଦାରଖ ରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍

IMG-20241106-WA0040
Share

 

ଅସ୍ତରଙ୍ଗ, ୬/୧୧- – ଅସ୍ତରଙ୍ଗ ରେ ମନରେଗା କାର୍ଯ୍ୟକ୍ରମ ର ତଦାରଖ ପାଇଁ ଆଜି ଅସ୍ତରଙ୍ଗ ବ୍ଲକ ରେ ପହଞ୍ଚିଲେ କେନ୍ଦ୍ରୀୟ ମନରେଗା ପରିଚାଳନା ଅଧିକାରୀ ସନତ ବୋଷ, ଅସ୍ତରଙ୍ଗ ବ୍ଲକ ରେ ପହଞ୍ଚିବା ପରେ ଅସ୍ତରଙ୍ଗ ପଞ୍ଚାୟତ ସମିତି ତରଫରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି, ସେ ଅସ୍ତରଙ୍ଗ ପଞ୍ଚାୟତ ସମେତ ଆଳସାହି, ନଗର ଓ ଆଳଙ୍ଗପୁର ପଞ୍ଚାୟତ ଗସ୍ତ କରି ବିଭିନ୍ନ ଏନଆରଜିଏସ ପ୍ରକଳ୍ପ କୁ ଅନୁଧ୍ୟାନ କରିଥିଲେ, ସୂଚନା ମୁତାବକ ଅସ୍ତରଙ୍ଗ ପଞ୍ଚାୟତ କୁହୁଡି ତିନିତିମୁଣ୍ଡ ପୋଖରୀ, ଅମୃତ ସରୋବର ପୋଖରୀ,ଆଳସାହି ପଞ୍ଚାୟତ ବରାଙ୍ଗ ସ୍ଥିତ ଖେଳ ପଡିଆ, ଆଳଙ୍ଗପୁର ଚତୃଭୁଜ ବାରିକ ଙ୍କ ଘର ନିକଟରେ ଯାଇଥିବା ଏନଆରଜିଏସ ସଡ଼କ, ନଈଗୁଆଁ ପଞ୍ଚାୟତ କଦମ ପୋଖରୀ, ଅମୃତସରୋବର ଏହି ପ୍ରକଳ୍ପ ର କାର୍ଯ୍ୟ ସହିତ ଭିତିଭୂମି ସବୁ ଯାଞ୍ଚ କରିଥିଲେ, ଯାଞ୍ଚ କରିବା ପରେ ମନରେଗା ଅଧୀନରେ ଥିବା ରାସ୍ତା ର ମୂଳ ପର୍ଯ୍ୟାୟ ମାଟି ପରିବର୍ତ୍ତେ ମରମ୍ମ ପକାଇ ପକ୍କା କରିବା ପାଇଁ ପରାମର୍ଶ ଦେବା ସହ ଅମୃତସରୋବର ପୋଖରୀ ର ଚତୁଃପାର୍ଶ୍ୱ ରେ ଫେବରବ୍ଲକ ପକାଇ ସୁନ୍ଦର ସବୁଜିମା ବୃକ୍ଷ ଲଗାଇ ଅମୃତସରୋବର ପ୍ରକଳ୍ପ କୁ ଟିକେ ଉନ୍ନତମାନର କରିବା ପାଇଁ ବ୍ଲକ ପ୍ରଶାସନ ସହିତ ଆଲୋଚନା କରିଥିଲେ, ଏହି ଯାଞ୍ଚ କମିଟି ଅଧିକାରୀ ଙ୍କ ସହିତ ଅସ୍ତରଙ୍ଗ ବ୍ଲକ ଅଧକ୍ଷା ଶ୍ରୀମତୀ ଆରତୀ ନାୟକ, ଉପାଧକ୍ଷ ଦୁଃର୍ଜ୍ଜୟ ମିଶ୍ର, ଅସ୍ତରଙ୍ଗ ଏନଆରଜିଏସ ମୁଖ ଅଧିକାରୀ ଇତିଶ୍ରୀ ନାୟକ, ସହ ଅଧିକାରୀ ଅନିକେତ ଛାଟୋଇ, ଜିଆରଏସ ଶୁଭଲଷ୍ମୀ ନାୟକ, ବ୍ଲକ ଅତିରିକ୍ତ ଯନ୍ତ୍ରୀ ଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ l