April 27, 2026
ajiro khabar
Share

 

୧-ଆଜି କଟକ ବନ୍ଦ ଡାକରା: ଶାନ୍ତି ପାଇଁ ନିବେଦନ କଲେ ମୁଖ୍ୟମନ୍ତ୍ରୀ,ବିରୋଧୀ ଦଳ ନେତା ଓ ପିସିସି ସଭାପତି।କଟକ ସହରରେ ୩୬ ଘଣ୍ଟା ଯାଏଁ କର୍ଫ୍ଯୁ।

 

୨-କଟକରେ ସୋସିଆଲ ମିଡିଆ ଉପରେ କଟକଣା, ଆସନ୍ତା ୨୪ ଘଣ୍ଟା ପାଇଁ ବ୍ୟାନ ହେଲା ସୋସିଆଲ ମିଡିଆ।

 

୩-ଆଜି ଧରାବତରଣ କରିବେ ମା’ ଗଜ ଲକ୍ଷ୍ମୀ,୭ ଦିନ ଧରି ବିଭିନ୍ନ ପୂଜାମଣ୍ଡପରେ ପୂଜା ପାଇବେ।

 

୪-ପୂଜା କମିଟିର ଆହତ ସଦସ୍ୟଙ୍କୁ ଭେଟିଲେ ସୋଫିଆ ଓ ମୋକିମ୍, ଦୋଷୀ କିଭଳି ଉଚିତ ଦଣ୍ଡ ପାଇବେ ପ୍ରୟାସ ଜାରି ରହିବ।

 

୫-ବରୁଣେଇରେ ବାରହା ଆକ୍ରମଣରେ ୩ ପର୍ଯ୍ୟଟକ ଗୁରୁତର,ଡାକ୍ତରଖାନାରେ ହେଲେ ଭର୍ତ୍ତି।

 

୬-ନିଯୁକ୍ତି ଅପେକ୍ଷା ବାତିଲ ଅଧିକ,ସାର୍ବଜନୀନ ପରୀକ୍ଷା ଆଇନ ସତ୍ତ୍ବେ କମୁନି ଦୁର୍ନୀତି,ଅଯୋଗ୍ଯ ପାଉଛନ୍ତି ଚାକିରି,ଯୋଗ୍ଯ ହେଉଛନ୍ତି ବଞ୍ଚିତ।

 

୭-ସୁବର୍ଣ୍ଣପୁର:ଗୀତ ମାଧ୍ୟମରେ ଜଣାଇଥିଲେ ଦୁଃଖ,୧୩ ଦିନରେ ଦିବ୍ୟାଙ୍ଗଙ୍କ ଦୁଃଖକୁ ଦୂର କଲେ ଜିଲ୍ଲାପାଳ।

 

୮-କୁମାର ପୂର୍ଣ୍ଣିମା ପାଳନକୁ ନେଇ ଦ୍ବନ୍ଦ ଦୂର:କୁମାରୀ ପାଳିବେ ସୋମବାର;ଶ୍ରୀମନ୍ଦିରରେ ମଙ୍ଗଳବାର।

 

୯-ବେତନଟୀ:ବାଣ ବିସ୍ଫୋରଣରେ ଉଡିଲା ଛାତ,ତିନି ଆହତ,ଜଣେ ଗୁରୁତର।

 

୧୦-କୁମାର ପୂର୍ଣ୍ଣିମା ପାଇଁ ଗଞ୍ଜାମରେ ଜୁଆ ଖେଳର ଆସର : ପରମ୍ପରା ନାଁରେ ଉଡୁଛି ଟଙ୍କା।

 

୧୧-ଅଫର ଦେଇ ଲୁଟୁଛନ୍ତି ଇ-କମର୍ସ କମ୍ପାନୀ: ଯାଞ୍ଚ ଆରମ୍ଭ କଲେଣି ସରକାର, ହେବ କଡ଼ା କାର୍ଯ୍ୟାନୁଷ୍ଠାନ।

 

୧୨-ପ୍ରତ୍ୟେକ ଗାଁର ଭାଗବତ ଟୁଙ୍ଗିମାନଙ୍କର ହେବ ପୁନରୁଦ୍ଧାର, ଘରେ ଘରେ ପହଞ୍ଚିବ ଭାଗବତ।

 

୧୩-ପୋଲିସ SI ନିଯୁକ୍ତି ପରୀକ୍ଷା ଦୁର୍ନୀତିର ପଞ୍ଚମ ଦଲାଲ ଗିରଫ, ଗିରଫ ସଂଖ୍ୟା ୧୧୯ରେ ପହଞ୍ଚିଲା।

 

୧୪-ପୁଣି ଗୁଣ୍ଡିଚାଘାଗି ଜଳପ୍ରପାତରେ ଅଘଟଣ; ବୁଡ଼ିଗଲେ ଆଉ ଜଣେ ଯୁବକ, ମାସକ ମଧ୍ୟରେ ଦୁଇ ଜଣ ହେଲେଣି ନିଖୋଜ।

 

୧୫-ନଭେମ୍ବର ୨୨ ପୂର୍ବରୁ ବିହାର ବିଧାନସଭା ନିର୍ବାଚନ; ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ଆୟୋଗ କହିଲେ, ସବୁ ବୁଥରେ ହେବ ଓ୍ୱେବ୍ କାଷ୍ଟିଂ।

 

୧୬-କଲମ୍ବୋ:ମହିଳା ବିଶ୍ବ କପରେ ପାକିସ୍ଥାନକୁ ୮୮ ରନରେ ହରାଇଲା ଭାରତ।

 

୧୭-ଦାର୍ଜିଲିଂ ପୋଲ ଭୁଶୁଡିବା ଘଟଣାରେ ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ।

 

୧୮-ଭୂସ୍ଖଳନ ଓ ବନ୍ୟାରେ ନେପାଳରେ ଭୟଙ୍କର ପରିସ୍ଥିତି: ହେଲାଣି ୫୧ ଜଣଙ୍କ ମୃତ୍ୟୁ, ଭାରତ କହିଲା ମୁଁ ସାହାଯ୍ୟ ପାଇଁ ପ୍ରସ୍ତୁତ।

 

୧୯-କରୁର୍ ଦଳାଚକଟା: SIT ତଦନ୍ତ ଆରମ୍ଭ,ବିଜୟଙ୍କ ଗାଡି ଚାଳକ ନାମରେ ମାମଲା ରୁଜୁ।

 

୨୦-ୟୁକେରେ ବଢ଼ୁଛି ଇସ୍ଲାମୋଫୋବିଆ ଓ ଇହୁଦୀ ବିରୋଧୀ ଘୃଣା: ମସଜିଦ୍‌ ଜାଳି ଦେଲେ ଦୁର୍ବୃତ୍ତ।

 

🙏 *ସୁପ୍ରଭାତ,ଗୁଡମର୍ଣ୍ଣିଂ* 🙏