September 7, 2026

ଭଉଣୀଙ୍କୁ ଛାଡ଼ି ଘରକୁ ଫେରୁଥିଲେ… ବାଟରେ ଛକାଇଦେଲା ମୃତ୍ୟୁ! ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ

IMG-20260906-WA0076
Share

ଅନୁଗୋଳ ବଅଁରପାଳ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବଡ଼ ଭଉଣୀଙ୍କୁ ଶାଶୂଘରେ ଛାଡ଼ି ବାଇକ୍‌ରେ ଘରକୁ ଫେରୁଥିବା ବେଳେ ୧୬ ଚକିଆ ଟ୍ରକ୍‌ ଧକ୍କାରେ ଚାଲିଗଲା ଜୀବନ। ମୃତକ ହେଲେ ତାଳଚେର ଥାନା ଗୁରୁଜାଙ୍ଗୁଲୀ ଗ୍ରାମର ଭୋଳାନାଥ ରଥ।

ଗୋତମରା ନିକଟ ୧୪୯ ନମ୍ବର ଜାତୀୟ ରାଜପଥରେ ଘଟିଥିଲା ଏହି ଦୁର୍ଘଟଣା। ପଛପଟୁ ଆସି ବାଇକ୍‌କୁ ଟ୍ରକ୍‌ ଧକ୍କା ଦେବା ପରେ ଚାଳକଙ୍କ ଉପରେ ଚଢ଼ିଯାଇଥିବା ଜଣାପଡ଼ିଛି। ପୋଲିସ ତୁରନ୍ତ ଘଟଣାସ୍ଥଳରୁ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ନେଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।

ଏପଟେ ଦୁର୍ଘଟଣାଠାରୁ ଆହୁରି ଏକ ଚିତ୍ର ଏବେ ଚର୍ଚ୍ଚାରେ—ମୃତଦେହ ବ୍ୟବଚ୍ଛେଦ ଗୃହକୁ ନେବା ପାଇଁ ପୋଲିସ କର୍ମଚାରୀ ନିଜେ ଷ୍ଟ୍ରେଚର ଠେଲୁଥିବା ଦେଖାଯାଇଥିଲା। ଆବଶ୍ୟକ ସୁବିଧାର ଅଭାବକୁ ନେଇ ଉଠିଛି ପ୍ରଶ୍ନ।