ସୁବ୍ରତ କୁମାର ପଟ୍ଟନାୟକ ହେଲେ ବୁଗୁଡ଼ା ଏନଏସି କଂଗ୍ରେସ ସଭାପତି
ବୁଗୁଡ଼ା : ତା ୦୬/୦୯/୨୬ : ଭାରତୀୟ ଜାତୀୟ କଂଗ୍ରେସ ଦଳର ବୁଗୁଡ଼ା ଏନ୍ଏସି ସଭାପତି ଭାବେ ସୁବ୍ରତ କୁମାର ପଟ୍ଟନାୟକଙ୍କୁ ଦଳର ପ୍ରଦେଶ କଂଗ୍ରେସ କମିଟି ଚୟନ କରିଛନ୍ତି l ପୂର୍ବରୁ ସୁବ୍ରତ କର୍ମନିଷ୍ଠ ସଦସ୍ୟ ଭାବେ ବିଭିନ୍ନ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସୁଥିବା ବେଳେ ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ନଗର ସଭାପତି ଦାୟିତ୍ୱ ଦିଆ ଯାଇଛି l ପୂର୍ବରୁ ଏହି ପଦବୀରେ ମାନସ ରଞ୍ଜନ ଦାଶ ରହିଥିଲେ ଏବଂ ସେ ଜିଲ୍ଲା ସ୍ତରକୁ ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଥିବା ଯୋଗୁଁ ବର୍ତ୍ତମାନ ଆଇନଜୀବୀ ସୁବ୍ରତ କୁମାର ପଟ୍ଟନାୟଙ୍କୁ ଏହି ଦାୟିତ୍ୱ ମିଳିବା ପରେ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳି ଯାଇଛି l ଜଣେ ଦକ୍ଷ ଯୁବ ସଂଗଠକ ଭାବେ ସେ ବେଶ ସୁଚାରୁ ରୂପେ ଦାୟିତ୍ୱ ତୁଲାଇବେ ବୋଲି ଦଳ ପକ୍ଷରୁ ଆଶା କରାଯାଇଛି l ନଗର ସଭାପତି ଭାବେ ଚୟନ ହେବା ପରେ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବା ଜଣାଯାଇଛି ।
