September 7, 2026

ଗୁରୁ ପୂଜନ ମହାଭାରତୀୟ ସଂସ୍କୃତିରେ ସର୍ବଶ୍ରେଷ୍ଠ ପରମ୍ପରା ପୂଜା

IMG-20260906-WA0075
Share

 

ଗୁରୁ ଚାରି ଯୁଗରେ,ଚାରି ଵେଦରେ ଓ ଚତୁଃବର୍ଗରେ ସର୍ବଶ୍ରେଷ୍ଠ ପୁରୁଷ ବୋଲି ପୂଜ୍ୟପୂଜା ପରିଷଦ ତରଫରୁ ଗୋଖରା ସ୍ଥିତ ମୃତ୍ୟୁଞ୍ଜୟ କଲ୍ୟାଣ ମଣ୍ଡପ ସଭାଗୃହ ଠାରେ ପବିତ୍ର ଗୁରୁ ଦିବସ ଅବସରରେ ଆୟୋଜିତ ବିଶାଳ ଗୁରୁ ପୂଜନ ଉତ୍ସବରେ ବିଶିଷ୍ଟ ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି। ପୂର୍ବାହ୍ନରେ ନିଗମାନନ୍ଦ ଆଶ୍ରମର ପୁରୀ ଅଧ୍ୟକ୍ଷ ସ୍ବାମୀ ଶଙ୍କରାନନ୍ଦ କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ କରିଥିଲେ।‍ ପୂଜ୍ୟପୂଜା ଆମ ମହାଭାରତୀୟ ସଂସ୍କୃତି ର ମହାନ ପରମ୍ପରା,ତେଣୁ କେବଳ ଗୁରୁ ଦିବସ ନୁହଁ ପ୍ରତିଟି ପ୍ରଶ୍ୱାସରେ ଗୁରୁ ଥିବାରୁ ସବୁ ସମୟରେ ଗୁରୁ ସ୍ମରଣ ଓ ପୂଜା ବିଧେୟ। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ପ୍ରଭାତ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଗୁରୁ ହେଉଛନ୍ତି ଚାରିଯୁଗ,ଚାରି ବେଦ ଓ ଚାରି ଦିଗରେ ସର୍ବକାଳୀନ ସର୍ବଶ୍ରେଷ୍ଠ ପୁରୁଷ।ଗୁରୁଙ୍କର ବିକଳ୍ପ ନାହିଁ।ସେ ସର୍ବମାନ୍ଯ ଏବଂ ସ୍ୱତନ୍ତ୍ର। ସମ୍ମାନୀତ ଅତିଥି ରୂପେ ଶ୍ରୀମନ୍ଦିର ପୁରୋହିତ ଲେଖକ ଓ ସଂସ୍କୃତି ଗବେଷକ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର ଗୁରୁ ଚତୂର୍ବର୍ଗ ଫଳଦାତା,ଚଉଦ ଭୁଵନର ଚିରକାଳ ଚିଦାନନ୍ଦ ପୁରୁଷ ବୋଲି କହିଥିଲେ।ଆମ ସଭ୍ୟତା ଗୁରୁ ଶିଷ୍ୟ ସମ୍ପର୍କର ସଭ୍ୟତା।ତେଣୁ ଭାରତ ବିଶ୍ୱଗୁରୁ ହେବାକୁ ସମର୍ଥ ହୋଇପାରିଛି।ବିଶିଷ୍ଟ କବି ଓ ବିଦ୍ୱାନ ପ୍ରଫେସର ଡକ୍ଟର ଭଗବାନ ଜୟସିଂହ ଗୁରୁଙ୍କୁ ସତ,ଚିତ୍ ଏବଂ ଆନନ୍ଦ ତଥା ବୁଦ୍ଧି,ବିବେକ ଓ ପ୍ରଜ୍ଞା ବୋଲି ଅଭିହିତ କରିଥିଲେ। ରାଜ୍ୟ ମହିଳା କମିଶନ ର ପୂର୍ବତନ ଅଧ୍ୟକ୍ଷା ଲେଖିକା ଲୋପାମୁଦ୍ରା ମହାନ୍ତି ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଗୁରୁ ପୂଜାର ମାହାତ୍ମ୍ୟ ସମ୍ପର୍କରେ କହିଥିଲେ।ତରୁଣ କବି ଦାମୋଦର ପରିଡ଼ା ଉତ୍ସବରେ ସଭାପତିତ୍ବ କରିଥିଲେ। ଅଧିବକ୍ତା ଲେଖକ ଦିଗମ୍ବର ବେହେରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ଅଧ୍ୟାପକ ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ ମଞ୍ଚ ସଂଯୋଜନା କରିଥିଲେ।ପ୍ରହଲ୍ଲାଦ ପରିଡ଼ା କାର୍ଯ୍ୟକ୍ରମ ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ସସ୍କୃତି କଳା ମନ୍ଦିର ସମ୍ପାଦକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚରଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଗୁରୁପୂଜନ ଉତ୍ସବରେ ୮୬ ଜଣ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ମାନପତ୍ର, ଉତ୍ତରୀୟ ସହିତ ସମ୍ମାନିତ କରାଯାଇଥିଲା।ପ୍ରାରମ୍ଭରେ ପାରମ୍ପରିକ ଶୈଳୀରେ ଗୁରୁଙ୍କ ପାଦ ଧୁଆ ଯାଇଥିଲା।ଚନ୍ଦନ, ସିନ୍ଦୂର,ଅଗୁରୁ ଲଗାଯାଇ ଧୂପ,ଦୀପ ରେ ଗୁରୁ ପୂଜନ କରା ଯାଇଥିଲା ‌କାର୍ଯ୍ୟକ୍ରମକୁ ବୁଲୁ ସାହୁ ଓ ପବିତ୍ର ପଞ୍ଝା ପ୍ରମୁଖ ପରିଚାଳନା କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l