ସ୍ଵେଚ୍ଛାସେବୀ ସଂଗଠନ ପ୍ରେମ୍ କାର୍ଯ୍ୟାଳୟରେ ଓନମ୍ ଉତ୍ସବ ପାଳିତL
(ସମାଜରେ ଶାନ୍ତି ଶୃଙ୍ଖଳା ଓ ଭାଇଚାରା ସୃଷ୍ଟି କରିବା ଆଜିର ଆବଶ୍ୟକତା)
ଗଜପତି — ଓଡ଼ିଶାର ସୁନାମଧନ୍ୟ ଗରିବ ଲୋକଙ୍କ ସାଥୀ ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ଠାରେ ଆରମ୍ଭ ହୋଇଥିବା ସଂସ୍ଥା ବର୍ତ୍ତମାନ ମାଣ୍ଡିଆପଲ୍ଲୀ ସ୍ଥିତ ପ୍ରେମ୍ କାର୍ଯ୍ୟାଳୟରେ ସମାଜରେ ମାନବିକତା,ସମତା ଓ ପ୍ରେମ ପ୍ରତିଷ୍ଠାର ପ୍ରତୀକ ସୁନିଆଁଙ୍କ ବାମନ ଜନ୍ମ ଓ 1432 ସାଲ ପ୍ରବେଶ ପାଳନ ଅବସରରେ ହେପି ଓନମ୍ ଦିବସ ପାଳିତ ହୋଇଯାଇଛି। ପ୍ରେମର ସଭାପତି ଡ଼.ଜାକୋବ ଥୁଣ୍ଡିଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଯୋଗଦେଇ ବର୍ତ୍ତମାନ ଦେଶରେ ସାମ୍ପ୍ରଦାୟିକ ଶକ୍ତି ମାନେ ଶକ୍ତିଶାଳୀ ହେଉଥିବାରୁ ଉଦବେଗ ପ୍ରକାଶ କରିବା ସହ ବାମନ ଜନ୍ମର ଇତିହାସ ବର୍ଣ୍ଣନା କରିଥିଲେ । ସିପିଆଇ (ଏମ୍) ବରିଷ୍ଠ ନେତା ଅଳି କିଶୋର ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ଦେଶରେ ଭାଇଚାରା ସୃଷ୍ଟି କରିବା ପାଇଁ ଏହି ଉତ୍ସବ ସହାୟକ ହୋଇଥାଏ ବୋଲି ପ୍ରକାଶ କରିଥିଲେ ।
ସଭାପତି ଡ଼.ଥୁଣ୍ଡିଲ ତାଙ୍କ ଭାଷଣରେ ଓନାମର ସାରତତ୍ତ୍ୱ ବୁଝାଇବା ସହିତ ସମାଜରେ ଶାନ୍ତି, ଶୃଙ୍ଖଳା ଓ ଭାଇଚାରା ମନୋଭାବ ସୃଷ୍ଟି କରିବା ଉପରେ ଗୁରୁତ୍ଵାରୋପ କରିଥିଲେ।ବର୍ତ୍ତମାନ ସମାଜରେ ଦେଖା ଦେଇଥିବା ବିଶୃଙ୍ଖଳାକୁ ସବୁ କ୍ଷେତ୍ରରେ ପ୍ରତିହତ କରିବା ପାଇଁ ଆହ୍ୱ୍ଜାନ ଦେଇଥିଲେ।‘ଓନମ୍’ ଉତ୍ସବ କେରଳରେ ଘରେ ଘରେ ପାଳନ ହୋଇଥାଏ।ଏଥିରେ ସବୁ ସମ୍ପ୍ରଦାୟର ବ୍ୟକ୍ତି ମାନେ ଯୋଗଦେଇ ଭାଇଚାରା ସୃଷ୍ଟି କରିବାରେ ସହାୟକ ହୋଇଥାନ୍ତି। ତେଣୁ ଆଜି ମଧ୍ୟ ଭାରତ ବର୍ଷ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ଭାଇଚାରାର ଆବଶ୍ୟକତା ରହିଛି ବୋଲି କହିଥିଲେ।ଏହି ଅବସରରେ ପ୍ରେମ୍ ସମ୍ପାଦକ ଚାକୋ ପୁରୁଭାନାନି ଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ପ୍ରେମ୍ର ସମ୍ପାଦକ ଚାକୋ ପୁରୁଭାନାନି,ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ୱାଦିକ ରବି ରଥ, କଂଗ୍ରେସ ନେତ୍ରୀ ତଥା ବ୍ରହ୍ମପୁର ମହାନଗର ନିଗମ ମେୟର ପ୍ରାର୍ଥିନୀ ତଥା ନବୀନର ପ୍ରକାଶିକା ମଞ୍ଜୁ ରଥ,ମାଣ୍ଡିଆପଲ୍ଲୀ ସିରିଡ଼ି ସାଇବାବା ମନ୍ଦିରର ସଭାନେତ୍ରୀ ବୈଜୟନ୍ତ ମିଶ୍ର,ଟ୍ରଷ୍ଟି ଦେବାଶିଷ ମିଶ୍ର, ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ସହକାରୀ ପ୍ରଫେସର ସୁଦତ୍ତା ରଥ, ଫାଦର ସଂଜିବ କୁମାର ନାୟକ, ପ୍ରେମ୍ର ଲୋକସଂପର୍କ ଅଧିକାରୀ ରତନ ମିଶ୍ର,ଫାଦର ନରେଶ,ସେଣ୍ଟ ଭିନସେଣ୍ଟ ହୋମ୍ର ଫାଦର ଜୋଶ, ପ୍ରେମର କର୍ମକର୍ତ୍ତା କୁମାର ପ୍ରଶାନ୍ତ, ଦୁର୍ଗା ପ୍ରସାଦ ପଣ୍ଡା, ଦୁର୍ଗା ପ୍ରସାଦ ସାବତ, ସୁଶାନ୍ତ ମହାନ୍ତି, ଶ୍ରୀନିବାସ ରାଓ, ବି.ଶିବ ପ୍ରସାଦ, ଏମ.ଗୋରେଟି ଜର୍ଜ, ହିମାନୀ ଦାସ, ସୁନିତା ପାତ୍ର ଙ୍କ ସମେତ ମୋହନା, ଗୁଣପୁର,ଗୁମ୍ମା,ଦାରିଙ୍ଗିବାଡ଼ିର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।ସୁଧୀର ଦିଗାଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ପ୍ରେମ୍ ସହାୟତାରେ ମୋହନା ଠାରେ କାର୍ଯ୍ୟରତ କର୍ମଚାରୀ ୟୁ.ରାଜେନ୍ଦ୍ର ଦୋରା ଙ୍କ ଦ୍ଵାରା ଲିଖିତ ‘ଜୈବ ବିପ୍ଲବ’ କୃଷିଭିତ୍ତିକ ପୁସ୍ତକ ଅତିଥି ଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା। ସହରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସୁସ୍ଵାଦ ଭୋଜନରେ ଆପ୍ୟାୟିତ ହୋଇଥିଲେ।
