April 27, 2026

ଜିଲ୍ଲା ସି.ଟି ପ୍ରାଥମିକ ସଂଘ ପକ୍ଷରୁ ଜିଲ୍ଲା ସ୍ତରୀୟ ଗୁରୁଦିବସ ପାଳିତ।

IMG-20250906-WA0022
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଜିଲ୍ଲା ସି.ଟି ପ୍ରାଥମିକ ସଂଘ ପକ୍ଷରୁ ସ୍ଥାନୀୟ ମା’ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ପାଳନ କରାଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀମତୀ ନିବେଦିତା ନାଥ ତଥା ସି.ଟି ପ୍ରାଥମିକ ସଂଘ ସଭାପତି ଓ ଅନ୍ୟ ବରିଷ୍ଠ ଶିକ୍ଷକବୃନ୍ଦ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଏଥିସହ ଜିଲ୍ଲାର ପ୍ରାୟ ସମସ୍ତ ଅଂଚଳରୁ ଶତାଧିକ ଶିକ୍ଷକ ଉପସ୍ଥିତ ଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟ କୁଳପତି ନିଜ ଅଭିଭାଷଣରେ ପ୍ରଥମେ ସି.ଟି ପ୍ରାଥମିକ ସଂଘକୁ ଧନ୍ୟବାଦ ଦେଇଥିଲେ, ଏହାପରେ କହିଥିଲେ ଯେ ଏପରିଦିନରେ ଆମେ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ଡ. ରାଧାକ୍ରିଷ୍ଣନଙ୍କୁ ମନେପକାଇଥାଉ କାରଣ ସେ ମଧ୍ୟ ଜଣେ ଶିକ୍ଷକ ଥିଲେ ଓ ତାଙ୍କର ସ୍ମୃତିରେ ଆମେ ଗୁରୁଦିବସ ପାଳନ କରିଥାଉ। ଏହାଛଡା ସମସ୍ତ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇ କହିଥିଲେ ଯେ ପିତା ମାତା ଓ ଗୁରୁ ଏମାନଙ୍କ ଆଶୀର୍ବାଦ ଆମମାନଙ୍କୁ ଜୀବନରେ ବହୁତ ଆଗକୁ ନେଇଯାଇଥାଏ। ଗୁଗୁଲ ଗୁରୁ ଓ ସାଙ୍ଗ ସାଥି ମାନଙ୍କୁ ଅଧିକ ପ୍ରାଧାନ୍ୟ ନଦେଇ ନିଜ ଭବିଷ୍ୟତ ଉଜ୍ବଳ ଦିଗରେ ଅଧିକ ଗୁରୁତ୍ୱ ଦିଅନ୍ତୁ