September 12, 2026

ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ

IMG-20260912-WA0060
Share

 

 

ବରପାଲି : ୧୨/୯(ସୁଦାମ ଦୀପ) ବରଗଡ଼ ଜିଲ୍ଲା ବରପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଅଞ୍ଜନା ବାଗଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ବିଜେପୁର ବିଧାୟକ ସନତ କୁମାର ଗଡ଼ତୀୟା ମୁଖ୍ୟ ଅତିଥି ଏବଂ ବରପାଲି ଏବିଇଓ ଦୁର୍ଯ୍ୟୋଧନ ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ବିଦ୍ୟାଳୟର ଶିକ୍ଷା, ସାଂସ୍କୃତିକ ଓ ସହଶିକ୍ଷା କାର୍ଯ୍ୟକଳାପର ଉନ୍ନତି ନେଇ ଆଲୋକପାତ କରିବା ସହ ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ବିକାଶ ଦିଗରେ ନିରନ୍ତର ଉଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ବିଦ୍ୟାଳୟରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।ଉତ୍ସବରେ ବିଦ୍ୟାଳୟର ଛାତ୍ରୀମାନେ ମନୋରମ ସ୍ୱାଗତ ସଙ୍ଗୀତ ପରିବେଷଣ କରି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ପ୍ରତିଭାପୂର୍ଣ୍ଣ ପରିବେଷଣ ଉପସ୍ଥିତ ଅତିଥି ଓ ଅଭିଭାବକମାନଙ୍କ ମନ ମୋହିଥିଲା।‘ସ୍ପାର୍କ’ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ସହିତ ସେମାନଙ୍କର ସୃଜନଶୀଳତା, କଳା ଓ ସାଂସ୍କୃତିକ ପ୍ରତିଭାକୁ ଉତ୍ସାହିତ କରିବାର ପ୍ରୟାସ କରାଯାଇଥିଲା। ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକତା, ଶୃଙ୍ଖଳା, ଦଳଗତ କାର୍ଯ୍ୟ ଓ ନେତୃତ୍ୱ ଗୁଣର ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।କାର୍ଯ୍ୟକ୍ରମକୁ ଅନନ୍ତ ସାହୁ ସଂଯୋଜନା କରିଥିବାବେଳେ ଭବାନୀ ନାଏକ ସହଯୋଗ କରିଥିଲେ। ଶିବାନୀ ସାହୁ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ପୁରସ୍କାର ବିତରଣ ପର୍ଯ୍ୟାୟକୁ ମଧ୍ୟ ସୁଚାରୁ ଭାବେ ପରିଚାଳନା କରାଯାଇଥିଲା। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ସକ୍ରିୟ ସହଯୋଗ କରିଥିଲେ।