April 26, 2026

ହସ୍ତତନ୍ତ ଓ ବୁଣାକାର ସଙ୍ଘର ଗୁରୁପୂଜନ କାର୍ଯ୍ୟକ୍ରମ  

IMG-20250906-WA0028
Share

ଜଗତସିଂହପୁର ::-ପବିତ୍ର ଗୁରୁଦିବସ ଅବସରରେ ଜିଲ୍ଲାର ହସ୍ତତନ୍ତ ଓ ବୁଣାକାର ସଂଘର ଗୁରୁପୂଜନ କାର୍ଯ୍ୟକ୍ରମ ନିକଟସ୍ଥ ଧଳତଙ୍ଗଗଡ଼ ସ୍ଥିତ ଧଳକୁଦ ଶକ୍ତିପୀଠ ପରିସରରେ ଆୟୋଜିତ ହୋଇଯାଇଛି !ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଜିଲ୍ଲା ହସ୍ତଶିଳ୍ପ ଅଧିକାରୀ ଶିକ୍ତ ଭୋଇ ଏବଂ ହସ୍ତାଶିଳ୍ପ ପ୍ରମୋସନ ଅଫିସର ମୈତ୍ରୀ ଭାରତୀ, ସୌମ୍ୟା ମହାନ୍ତି, ସୌମ୍ୟା ପରିଡା !ଏହି ସଭାରେ ବରିଷ୍ଠ ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗର ବିଜୟ ବେହେରା ଓ ରମାଦେଇ ଙ୍କୁ ଦୀର୍ଘଜୀବନ ସାଧନା ପାଇଁ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା ! ଅନ୍ୟ ମାନଙ୍କ ମଧ୍ୟରେ ଧରଣୀଧର ଦାସ, ଛବିଲତା ସାମଲ,ଓଡିଶା ଶିଳ୍ପ ମହାସଂଘ ଶାଖାର ସଂଯୋଜିକା କଦମ୍ବରୀ ମଲ୍ଲିକ, ବିଦୁଲତା ନାୟକ, ଶ୍ରଦ୍ଧାଞ୍ଜଳି ନାୟକ, ପ୍ରମୁଖ ଉପସ୍ଥିତ ଥିଲେ l

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର l