ମହାପୁରୁଷ ହାଜରତ ମହମ୍ମଦ ଙ୍କ ୧୫୦୦ ତମ ଜୟନ୍ତୀ ପାଳିତ……

ଉମରକୋଟ :- (ଏମ୍.ଦୀନା°ଶୁ ଆଚାରୀ) ଇସଲାମ ଧର୍ମ ର ମହାପୁରୁଷ ହଜରତ ମହମ୍ମଦ ଙ୍କ ପବିତ୍ର ଜନ୍ମ ଦିବସ ସାରା ବିଶ୍ୱରେ ମହା ଆଡମ୍ବର ସହ ପାଳନ ହେଉଥିବା ବେଳେ, ଉମରକୋଟ ଆଞ୍ଜୁମାନ ଇସ୍ଲାମିୟା କମିଟିଉମରକୋଟ ପକ୍ଷରୁ ମଧ୍ୟ ଧୂମଧାମ ର ସହ ଏହାକୁ ପାଳନ କରାଯାଇଛି l ଏହି ପରିପେକ୍ଷୀରେ ଉମରକୋଟ ଅଞ୍ଚଳ ର ସମସ୍ତ ମୁସଲିମ ଭାଇ ମାନେ ଉମରକୋଟ ମସଜିଦ ନିକଟରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରିଥିଲେ l ଏହି ପବିତ୍ର ଦିବସ ରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଧର୍ମ ଯାଜକ ମାନେ ସନ୍ଧ୍ୟା ସମୟ ରେ ଆୟୋଜିତ ଏକ ପ୍ରବଚନ ସଭା ରେ ଯୋଗଦେଇ ଇସଲାମ ଧର୍ମ ସମ୍ପର୍କ ରେ ମହତ ବାଣୀ ପ୍ରଦାନ କରିଥିଲେ l ଏହି ପ୍ରବଚନ କାର୍ଯ୍ୟକ୍ରମ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ,ଏହି କାର୍ଯ୍ୟକ୍ରମ ରେ ସୁଦୂର ଭଗଲପୁର ବିହାର ରୁ ମୁସଲିମ ଧର୍ମଗୁରୁ ମୌଲାନା ଜନାବ ସୟଦ ମୁଖମୁର ଜାମି ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ସାୟେର ଭାବେ ମହାରାଷ୍ଟ୍ର ମାଲେଗାଁ ରୁ ସୟଦ ସଲିମ ଅଲ୍ଲୀ ଆଶ୍ରଫି ଯୋଗ ଦେଇ ମୁସଲିମ ଧର୍ମ ବାଣୀ ପ୍ରଦାନ କରଥିଲେ ଏଥିସହ ଉମରକୋଟ ମସଜିଦ ମୌଲାନା ନଜମି ଅହମ୍ମଦ ବରକତି ଏବଂ ଅବିଭକ୍ତ କୋରାପୁଟ ଜ଼ିଲ୍ଲା ର ମୌଲାନା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l ଏହି କାର୍ଯ୍ୟକ୍ରମ ଉମରକୋଟ ଆଞ୍ଜୁମାନ ଇସ୍ଲାମିୟା କମିଟି ସଭାପତି ମହମ୍ମଦ ସଲିମ ରାଠୋର ଙ୍କ ପ୍ରତ୍ୟକ୍ଷ ତ୍ୱତ୍ୱାବଧାନ ରେ ଆୟୋଜିତ ହୋଇଥିଲା l ଏଥିରେ ଉପସଭାପତି ସୟାଜଦା ରିଜିଭି, ପୂର୍ବତ୍ତନ ସଭାପତି କେ. ତାନଭୀର ଜିଲାନି , ଉପସଭାପତି ଶେଖ ସହଜଦା, ଯୁବ ଗୋଷ୍ଠୀ ର ସଭାପତି ସୁଫିୟାନ ହିଙ୍ଗରା ଏବଂ ଯୁଗ୍ମ ସମ୍ପାଦକ ଶେଖ ଅନିସ ସୁନାନି , ସୋନୁ ହିଙ୍ଗରl କୋଷାଧକ୍ଷ ମହମ୍ମଦ ଇବ୍ରାହିମ ରାଠୋର, ଅବଦୁଲ ୱାହବ ଲାଠିଆ, ଉପଦେଷ୍ଟା ଖାଲିଦ ତନଭୀର ଜିଲାନି, ଉମର ହିଙ୍ଗରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ପାଇଁ ସହଯୋଗ କରିଥିଲେ l ଶାନ୍ତି ଶୃଙ୍ଖଳା ଦୃଷ୍ଟି କୋଣରୁ ଉମରକୋଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l ଶେଷରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉପସ୍ଥିତ ଅଥିତି ମାନେ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ |
