ଜ଼ିଲ୍ଲା କ୍ରୀଡ଼ାସଙ୍ଘ ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ “ହେଲ୍ପ ଲାଇନ” ଆୱାର୍ଡ ରେ ସମ୍ମାନିତ,………
ଉମରକୋଟ:-(ଏମ୍.ଦୀନ°ଶୁ ଆଚାରୀ)ନବରଙ୍ଗପୁର ଜ଼ିଲ୍ଲା ରେ କାର୍ଯ୍ୟରଭତ ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନ ନିଜ କାର୍ଯ୍ୟ ଦକ୍ଷତା ପାଇଁ ସର୍ବଦା ବୁଦ୍ଧିଜୀବୀ ମହଲରେ ପ୍ରଶଂସିତ | ସଂସ୍ଥା ବର୍ଷ ତମାମ ସମାଜସେବା କାର୍ଯ୍ୟ ଜାରି ରଖିଥିବା ବେଳେ, ଆଜି ଜ଼ିଲ୍ଲା କ୍ରୀଡ଼ାସଙ୍ଘ ର ବାର୍ଷିକ ଉତ୍ସବ | ଏହି ଉତ୍ସବ ରେ ଜ଼ିଲ୍ଲା ରେ କ୍ରୀଡାକ୍ଷେତ୍ରରେ କିପରି ଉନ୍ନତି ଆସିବ, ଜ଼ିଲ୍ଲା ର ସମସ୍ତ ବିଭାଗ ର କ୍ରୀଡ଼ାବିତ ମାନେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ନବରଙ୍ଗପୁର ଜ଼ିଲ୍ଲା ର ସୁନାମ ରକ୍ଷା କରିପାରିବେ ଏହି ବିଷୟରେ ଆଲୋଚନା ହେବାସହ କ୍ରୀଡ଼ାବିତ ମାନଙ୍କୁ ଉଲେଖନୀୟ ସହଯୋଗ କରାଯିବ ବୋଲି ନିଷ୍ପତି ହୋଇଥିଲା |ନବରଙ୍ଗପୁର ଜ଼ିଲ୍ଲା ରେ ଜ଼ିଲ୍ଲା କ୍ରୀଡ଼ାସଙ୍ଘ ସମ୍ପାଦକ ଭାବେ ନିରନ୍ତର ସେବା ଯୋଗାଇ ଚର୍ଚ୍ଚା ରେ ରହିଥିବା ପ୍ରହଲ୍ଲାଦ ତ୍ରିପାଠୀ ଙ୍କୁ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ନବରଙ୍ଗପୁର ଜ଼ିଲ୍ଲାପାଳ ଏବଂ ଜ଼ିଲ୍ଲା କ୍ରୀଡ଼ାସଙ୍ଘ ର ସଭାପତି ଡ଼କ୍ଟର ମହେଶ୍ୱର ସ୍ୱାଇଁ ଯୋଗଦେଇ ସମ୍ପାଦକ ଶ୍ରୀ ତ୍ରିପାଠୀ ଙ୍କୁ ଉପଢୌକନ,ମାନପତ୍ର ଏବଂ ଟ୍ରଫି ଦେଇ ହେଲ୍ପ ଲାଇନ ଆୱାର୍ଡ ରେ ସମ୍ମାନିତ କରିଥିଲେ | ସଂସ୍ଥା ର କାର୍ଯ୍ୟ କୁ ଉପସ୍ଥିତ କ୍ରୀଡ଼ାସଙ୍ଘ କର୍ମକର୍ତ୍ତା ଏବଂ ସଭ୍ୟ, ସଭ୍ୟା ବହୁ ପ୍ରଶଂସା କରିଥିଲେ | ସେହିପରି ସମ୍ମାନିତ ଅତିଥି ଜ଼ିଲ୍ଲା କ୍ରୀଡ଼ାସଙ୍ଘ ର ଉପସଭାପତି ଏମ. ବାଳକୃଷ୍ଣ ରାଓ ଯୋଗଦେଇ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ,ଏହି କାର୍ଯ୍ୟକ୍ରମ କୁ ସଂସ୍ତାର ସଭାପତି କୃଷ୍ଣ ପ୍ରସାଦ ପଟନାୟକ, ଉପ ସଭାପତି ଇଂ. ଚନ୍ଦନା ମଲ୍ଲିକ, ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ମଲ୍ଲିକ, ପ୍ରମୁଖ ପରିଚାଳନା କରିଥିଲେ |
