June 16, 2026

ବ୍ରହ୍ମା କୁମାରୀ ଆଶ୍ରମ ରେ ଗୁରୁଦିବସ ପାଳନ

IMG-20250906-WA0006
Share

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର) ଆଜି ପବିତ୍ର ଗୁରୁଦିବସ ଉପଲକ୍ଷେ ଖୋରଧା ସହରର ଗୋଡ଼ିପୋଖରୀ ଠାରେ ଅବସ୍ଥିତ ବ୍ରହ୍ମା କୁମାରୀ ସେବାକେନ୍ଦ୍ର ପରିସରରେ ମୁଖ୍ୟ ସଂଚାଳିକା ବ୍ରହ୍ମା କୁମାରୀ ଅନୁରାଧା ଭଉଣୀଙ୍କର ସଭାପତିତ୍ବ ରେ ଏକ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଥିଲା। ଅତିଥି ଭାବରେ ପ୍ରାକ୍ତନ ଓଡ଼ିଆ ବିଭାଗ ପ୍ରାଧ୍ୟାପକ ଶ୍ରୀ ଗୋପାଳକୃଷ୍ଣ ଦାସ,ପ୍ରାକ୍ତନ ପ୍ରାଧ୍ୟାପିକା ଶ୍ରୀମତୀ କବିତାରାଣୀ ମିଶ୍ର, ବରିଷ୍ଠ ବିଜ୍ଞାନ ଶିକ୍ଷୀକା ଶ୍ରୀମତୀ ମନ୍ଦିରା ଦେ ଯୋଗଦାନ କରି ମହମବତୀ ପ୍ରଜ୍ବଳନ କରି ସମସ୍ତଙ୍କର ମଙ୍ଗଳ କାମନା କରିଥିଲେ ଏବଂ ଗୁରୁ ଓ ଶିଷ୍ୟର ପବିତ୍ର ସଂପର୍କ ବିଷୟରେ ଗୁରୁତ୍ଵ ଦେଇଥିଲେ। ବ୍ରହ୍ମା କୁମାର ଜୟକୃଷ୍ଣ ଭାଇ ଛାତ୍ର ଛାତ୍ରୀ ମାନଙ୍କୁ ଆଧ୍ୟାତ୍ମିକ ଶିକ୍ଷା,ନୈତିକ ଶିକ୍ଷା, ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଓ ନିଶାମୁକ୍ତି ର ଶିକ୍ଷା ପ୍ରଦାନ କରିବାପାଇଁ ,ଦେଶ ସେବା ଓ ପିତା ମାତାଙ୍କ ସେବା କରିବାପାଇଁ ଅନୁରୋଧ କରିଥିଲେ। ବ୍ରହ୍ମା କୁମାରୀ ମଞ୍ଜୁ ଭଉଣୀ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନ ଙ୍କୁ ପୁଷ୍ପଗୁଛ ଓ ତିଳକ ଦେଇ ସମ୍ମାନିତ କରିଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ଏବଂ ଈଶ୍ୱରୀୟ ଉପହାର ପ୍ରଦାନ କରାଯାଇଥିଲା।

You may have missed