November 26, 2024

ସମନ୍ଵିତ ଚାଷ ସମ୍ପର୍କୀୟ କର୍ମଶାଳା ଓ କାର୍ଯ୍ୟାଦେଶ ବଣ୍ଟନ ମେଳା

Share

 

ରାମନାଗୁଡ଼ା ,

 

କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର,ରାମନାଗୁଡ଼ା ପରିସର ମଧ୍ୟରେ ସମନ୍ଵିତ ଚାଷ (ଆଇ.ଏଫ୍.ଏସ) ସମ୍ପର୍କୀୟ କର୍ମଶାଳା ଓ କାର୍ଯ୍ୟାଦେଶ ବଣ୍ଟନ ମେଳା ଗୋଷ୍ଠୀ କୃଷି ଅଧିକାରୀ, ଶ୍ରୀଯୁକ୍ତ ବିଭୂତି ଭୂଷଣ ବିଷୋୟୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳାରେ ରାମନଗୁଡ଼ା ବ୍ଲକ ର ୧୨ ଗୋଟି ପଞ୍ଚାୟତ ରୁ ୨୩ ଜଣ ଚାଷୀ ଯୋଗଦାନ କରିଥିଲେ ।ସମ୍ମାନିତ ଅତିଥି ଭାବରେ ଡାକ୍ତର କୃଷ୍ନାନନ୍ଦ ବେହେରା , ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ,ରାମନଗୁଡ଼ା ଯୋଗଦାନ କରି ସମନ୍ଵିତ ଚାଷ ପ୍ରଣାଳୀ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସୁଶ୍ରୀ ଏମ ସୁଚିତ୍ରା,ସହକାରି ଉଦ୍ୟାନ କୃଷି ଅଧିକାରୀ , ରାମନାଗୁଡ଼ା ଯୋଗଦାନ କରି ଫୁଲ ଓ ଫଳ ଚାଷ ସମ୍ପର୍କରେ ଆଲୋଚନା କରିଥିଲେ।ଏହି କର୍ମଶାଳାରେ ଶ୍ରୀ ଜଗଦୀଶ ନିମାଲା, ସହକାରୀ କୃଷି ଅଧିକାରୀ ,ରାମନଗୁଡ଼ା ଯୋଗଦାନ କରି ବିଭିନ୍ନ ଅର୍ଥକାରୀ ଫସଲ କରିବା ପାଇଁ ଚାଷୀ ଭାଇ ମାନଙ୍କୁ ଉପଦେଶ ଦେଇଥିଲେ।ଏହି କର୍ମଶାଳାରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ,ରାମନାଗୁଡ଼ା ଶ୍ରୀଯୁକ୍ତ ଜୟରାମ ଗନ୍ତାୟତ ଯୋଗ ଦେଇଥିଲେ।

ଆଜିକାଲି ଅନେକ ଚାଷୀ ଭାଇ ଏକକ ଚାଷ କରୁଥିବା ହେତୁ ପ୍ରାକୃତିକ ବିପର୍ଜୟ ସମୟରେ ତାକୁ କ୍ଷତି ସହ୍ୟ କରିବାକୁ ପଡ଼ିଥାଏ।ତେଣୁ ସେହି କ୍ଷତି ରୁ ରକ୍ଷା ପାଇବା ପାଇଁ ଏହି ସମନ୍ଵିତ ଚାଷ ପ୍ରଣାଳୀ (ଆଇ.ଏଫ୍.ଏସ) କରାଯାଇଥାଏ।ଏହି ଚାଷରେ ଚାଷୀ ଭାଇ ଜଣକ କୃଷି ସହିତ ପ୍ରାଣୀ ପାଳନ,ମତ୍ସ୍ୟ ଚାଷ ଏବଂ ଫୁଲ ଓ ଫଳ ଚାଷ କରିଥାଏ।ତତ୍ ସହିତ ଚାଷୀ ନିଜର ଚାଷ ଜମି ର ପରିଧି ରେ ଜଙ୍ଗଲ ବିଭାଗ ତରଫରୁ ଟିକ୍,ନିମ୍ବ ଓ ସୋବାବୁଲ ଗଛ ଇତ୍ୟାଦି ଲଗାଇଥାଏ।ଯାହା ଫଳରେ କିଛି ବର୍ଷ ପରେ ସେହି ଗଛ ଗୁଡିକରୁ ଚାଷୀ ଟି କିଛି ଟଙ୍କା ରୋଜଗାର କରିଥାଏ। ତେଣୁ ଏହି କର୍ମଶାଳାରେ ଓଡ଼ିଶା ସରକାର ଙ୍କ ନିର୍ଦ୍ଦେଶ କ୍ରମେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨୩ ଜଣ ଯୋଗ୍ୟ ହିତାଧିକାରୀ ଙ୍କୁ ସମନ୍ଵିତ ଚାଷ (ଆଇ.ଏଫ୍.ଏସ) କରିବା ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା।

ଏହି କର୍ମଶାଳାରେ ରlମନlଗୁଡ଼ା ବ୍ଲକ ର ୧୨ ଗୋଟି ପଞ୍ଚାୟତ ରେ ଥିବା କୃଷି ଅଧିଦର୍ଷକ ଓ ୩ ଜଣ ସହାୟକ ବୈଷୟିକ ପରିଚାଳକ ଯୋଗଦାନ କରିଥିଲେ।ତତ୍ ସହିତ ଶ୍ରୀଯୁକ୍ତ ଲେଜର ଭୂୟାଁ,ଗୋଷ୍ଠୀ କାର୍ଯ୍ୟକ୍ରମ ସଂଯୋଜକ ଯୋଗ ଦେଇଥିଲେ।ସର୍ବ ଶେଷରେ ଗୋଷ୍ଠୀ ବୈଷୟିକ ପରିଚାଳକ ଶ୍ରୀଯୁକ୍ତ ଶକ୍ତି ଶେଖର ନାୟକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ରିପୋର୍ଟ ସଞ୍ଜିବ୍ କୁମାର ଦାଶ

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.