ରାମଚଣ୍ଡୀ ଶକ୍ତିପୀଠରେ ଷୋଡ଼ଶ ଦିନାତ୍ମକ ପୂଜାରେ ନିଶୁଳ୍କ ବେଦ ପାଠ କରିବେ ବେଦ ବିଦ୍ୟାର୍ଥୀ

ଛତ୍ରପୁର -ତା -୬/୯/୨୪(ଅରୁଣ କୁମାର ପଣ୍ଡା )ପାର୍ବଣ ୠତୁର ଆଗମନରେ ମା’ ରାମଚଣ୍ଡୀ ଶକ୍ତିପୀଠରେତା-୦୪/୦୯/୨୦୨୪ବୁଧବାର ଦିନ ସନ୍ଧ୍ୟାରେ ପରିଚାଳନା କମିଟି ସମ୍ପାଦକ ରବୀନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଏବଂ ଟ୍ରଷ୍ଟି ଲଷ୍ମୀନୃସିଂହ ପଣ୍ଡା, ସଂଯୋଜକ କମଳ ପଣ୍ଡା, ସହ ସଂଯୋଜକ ତୁଷାର ଶତପଥୀ, ପୂଜା କମିଟି ଉପଦେଷ୍ଟା ତଥା ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସନ୍ତୋଷ ମିଶ୍ର, ତ୍ରିପତି ବାଲାଜୀ ମିଶ୍ର, କେ. ସତ୍ୟନାରାୟଣ ରେଡି, ପୂଜା କମିଟି ସଭାପତି ଶ୍ରୀ ଅଜୟ ନାୟକ, ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ, କାର୍ଯ୍ୟକାରି ସଭାପତି ଦିବାକର ନାୟକ, ଶଙ୍କର ନାୟକ, ସମାଜସେବୀ ମନୋଜ ମିଶ୍ର, ମନୋରଞ୍ଜନ ବେହେରା, ମାଧବ ସାସମଲ, ସନ୍ତୋଷ ପଣ୍ଡା, ଶିବ ନାୟକ, ଶଙ୍କର ଚର୍ତ୍ତି, ଜୀବନ ମହାରଣା, ସୁଧୀର ମହାରଣା ଓ ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ଆଗାମୀ ଷୋଡ଼ଶ ଦିନାତ୍ମକ ପୂଜା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇ ଗତବର୍ଷ ତୁଳନାରେ କେମିତି ଷୋଡ଼ଶ ଦିନାତ୍ମକ ପୂଜା ଆହୁରି ଆଡମ୍ବରପୂର୍ଣ୍ଣ ହେବ, ତାହା ଉପରେ ବିଶେଷ ଧ୍ୟାନ ଦିଆଯିବା ନେଇ ଚର୍ଚ୍ଚା ହୋଇଥିଲା l ଚଳିତ ବର୍ଷ ମଧ୍ୟ ଏହି ପୂଜାରେ ମନ୍ଦିର ସ୍ଥପତି ପଣ୍ଡିତ ବିଜୟ କୁମାର ତ୍ରିପାଠୀ, ପଣ୍ଡିତ ନବଘନ ଆଚାର୍ଯ୍ୟ ଓ ପଣ୍ଡିତ ରାମକୃଷ୍ଣ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜା କାର୍ଯ୍ୟ ଅନୁଷ୍ଠିତ ହେବ l
ଉଲ୍ଲେଖଯୋଗ୍ୟ ଯେ, ଏହି ବର୍ଷ କନିଷୀ ଅଞ୍ଚଳର ନବଜୀବନ ବେଦ ବିଦ୍ୟାଳୟର ମୁଖ୍ୟ ପରିଚାଳକ ତଥା ଗୁରୁଜୀ ଗଙ୍ଗାଧର ପଣ୍ଡାଙ୍କ ତତ୍ୱାବଧାନରେ ୧୧ ଜଣ ବେଦ ବିଦ୍ୟାର୍ଥୀ ପ୍ରତ୍ୟେକ ଦିନ ମନ୍ଦିରରେ ନିଶୁକ୍ଳ ବେଦ ପାଠ କରିବେ l ସେହିପରି ପ୍ରତ୍ୟେକ ଦିନ ମା’ଙ୍କର ନୂତନ ବେଶ କରାଯିବ। ଗତବର୍ଷ ପରି ଏ ବର୍ଷ ମଧ୍ୟ ୧୬ଦିନିଆ ଅଖଣ୍ଡ ଦୀପ ପ୍ରଜ୍ବଳନର ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହିତ ପ୍ରତ୍ୟେକ ଦିନ ଭକ୍ତମାନଙ୍କ ପାଇଁ ରାତ୍ର ପ୍ରସାଦ ବ୍ୟବସ୍ଥା ମଧ୍ୟ କରାଯିବ l ଆସନ୍ତା ୧୧-୦୯-୨୦୨୪ ଭାଦ୍ରବ ଶୁକ୍ଳ ସପ୍ତମୀ ଠାରୁ ମାଁ ରାମଚଣ୍ଡୀଙ୍କ ଶୟନ ଉତ୍ସବ ଆରମ୍ଭ ହୋଇ ଏହା ଆଶ୍ୱିନ କୃଷ୍ଣ ସପ୍ତମୀ ତା ୨୩-୦୯-୨୦୨୪ ପର୍ଯ୍ୟନ୍ତ ଚାଲିବ ଏବଂ ଶେଷଦିନ ମାଁ ଙ୍କ ନିଦ୍ରା ଉତ୍ଥାପନ ଉତ୍ସବ ପାଳନ ହେବ l ସେହିପରି ତା ୨୪-୦୯-୨୦୨୪ ମୂଳାଷ୍ଟମୀ ଠାରୁ ତା ୧୦-୧୦-୨୦୨୪ ମହାଷ୍ଟମୀ ପର୍ଯ୍ୟନ୍ତ ପୀଠରେ ଷୋଡଶ ଦିନାତ୍ମକ ପୂଜା ଚାଲିବ ବୋଲି ମନ୍ଦିର ସଂଯୋଜକ କମଳ ପଣ୍ଡା ସୂଚନା ଦେଇଛନ୍ତି l ଏହି ବୈଠକର ଶେଷରେ କରପଡା ପଞ୍ଚାୟତର ଆଲିଆବାଦ ଗ୍ରାମର ଶ୍ରୀ ବସନ୍ତ କୁମାର ନାୟକ ଯିଏ ଶ୍ରୀଲଙ୍କାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଯୋଗ ପ୍ରତିଯୋଗିତାରେ ଭାଗନେଇ ଭାରତ ପାଇଁ ରୌପ୍ୟ ପଦକ ଆଣି ଆମ ଅଞ୍ଚଳ ତଥା ରାଜ୍ୟ ପାଇଁ ଗୌରବ ଆଣିଥିଲେ, ତାଙ୍କୁ ମାଁ ରାମଚଣ୍ଡୀ ଟ୍ରଷ୍ଟ ଓ ପୂଜା କମିଟି ତରଫରୁ ସମ୍ମାନିତ କରାଯାଇଥିଲା।