November 26, 2024

ଦିନେ ସମ୍ବଲପୁରର ରାଣୀ ସଂମପୁରରେ ଆରମ୍ଭ କରିଥିଲେ ନୁଆଖାଇ:ସେବେଠାରୁ ଧୁମଧାମରେ ପାଳନ ହେଉଛି ପର୍ବ। 

Share

ବୋଲଗଡ଼,(ଉପାନ୍ତ ଓଡିଶା): ଓଡିଶାରେ ପାଳିତ ହେଉଥିବା ବିଭିନ୍ନ ପର୍ବ ପର୍ବାଣି ମଧ୍ୟରେ ନୂଆଖାଇ ପର୍ବ ହେଉଛି ସ୍ୱତନ୍ତ୍ର। ବିଶେଷ କରି ପଶ୍ଚିମ ଓଡିଶାରେ ଏହି ନୂଆଖାଇ ପର୍ବ କୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି। କିନ୍ତୁ ସେହିପରି ପୂର୍ବ ଓଡିଶାରେ ମଧ୍ୟ ଏହି ନୂଆଖାଇ ର ଝଲକ ଦେଖିବାକୁ ମିଳିଛି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ସଂପୁର ଗ୍ରାମରେ ଧୁମ୍ ଧାମ ରେ ପାଳିତ ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । କେବଳ ପଶ୍ଚିମ ଓଡ଼ିଶାରେ ପାଳନ ହୁଏ,ତାନୁହେଁ ବରଂ ପୂର୍ବ ଓଡିଶା ରେ ମଧ୍ୟ ପାଳିତ ହୁଏ ନୂଆଖାଇ। ଏଠାରେ ମଧ୍ୟ ଆଡମ୍ବର ସହକାରେ ପାଳନ କରୁଛନ୍ତି ସମସ୍ତ ଗ୍ରାମବାସୀ। ସକାଳୁ ସକାଳୁ ନିତ୍ୟକର୍ମ ଓ ଗାଧୋଇ ସାରି ନୂଆ ବସ୍ତ୍ର ପରିଧାନ କରି ଗ୍ରାମରେ ଥିବା ବାଲୁଙ୍କେଶ୍ଵର ମନ୍ଦିରରେ ଉପସ୍ଥିତ ରହିଥାନ୍ତି । ନୂଆଖାଇ ରେ ନୂଆ ଚାଉଳ, ନୂଆ ଚୁଡା, କଦଳୀ ନଡିଆ ବିଭିନ୍ନ ପ୍ରକାରର ଫଳମୂଳ ସହ ଠାକୁର ଙ୍କ ପାଖରେ ନବାନ୍ନ ବ୍ୟଞ୍ଜନ ଲାଗି କରିଥାନ୍ତି। ନବାନ୍ନ ଲାଗିବା ପରେ ସମସ୍ତ ଗ୍ରାମବାସୀ ପିଠା ପଣା ପୁରୀ,ଖିରି,ମିଠା,ଡାଲି,ତରକାରି,ଶାଗ,ଖଟା ଏ ସମସ୍ତ ପ୍ରସାଦକୁ ଘରକୁ ନେଇ ଆନନ୍ଦ ସହକାରେ ସମସ୍ତେ ଏକାଠି ବସି ନୂଆଖାଇ ପାଳନ କରିଥାନ୍ତି। ଏହି ନୂଆଖାଇ ପାଳନ ଅବସରରେ ଜାତି ଅଜାତି, ଧନି ଗରିବ ର ଭେଦଭାବ ନଥାଏ। ଏହିଠାରେ ସମସ୍ତେ ମିଳିମିଶି ଏହି ନୂଆଖାଇ ପର୍ବ ପାଳନ କରିଥାନ୍ତି।

 

ଇତିହାସ ଅନୁସାରେ ଖୋର୍ଦ୍ଧା ରାଜାଙ୍କ କନ୍ୟା ମୁକ୍ତାଦେଇ ସମ୍ବଲପୁର ର ରାଜା ଜୟନ୍ତ ସିଂହଙ୍କୁ ବିବାହ କରିଥିଲେ। ୧୯୧୭ ମସିହାରେ ମରହଟ୍ଟା ଓ ଇଂରେଜ ମାନଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହେବା କାରଣରୁ ସେ ଯୌତୁକ ବାବଦରେ ପାଇଥିବା ରାଜ୍ୟ ରେ ଆସି ଅବସ୍ଥାନ କଲେ। କାରଣ ଖୋର୍ଦ୍ଧା ବୋଲଗଡ଼ ଅଞ୍ଚଳରେ ଇଂରେଜ ମାନଙ୍କ କଠୋର ଶାସନ କୁ ପାଇକମାନେ କାର୍ଯ୍ୟକାରୀ କରାଉନଥିଲେ। ସମ୍ବଲପୁର ରାଣୀ ଏହି ପାଞ୍ଚଗଡର ରାଜଧାନୀ ସଂମପୁର ରେ ନଅର କରି ରହିଥିବାରୁ ନୂଆଖାଇ ପର୍ବକୁ ଆରମ୍ଭ କରିଥିଲେ। ଏହି ନୂଆଖାଇ ହେଉଛି କୃଷି ଓ କୃଷକର ପର୍ବ ସେଥିପାଇଁ ଏହାକୁ କୃଷି ଭିତ୍ତିକ ଗଣପର୍ବ ବୋଲି କୁହାଯାଏ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.