April 27, 2026

ଜିଲ୍ଲା ସ୍ତରୀୟ ଗୁରୁ ଦିବସ ରେ ଆଦର୍ଶ ଶିକ୍ଷକ ଭାବେ କୈଳାଶପୁର ଏସଏସଡି ର ପ୍ରଧାନ ଶିକ୍ଷକ ବିସିକେଶନ ବାଘ ସମ୍ମାନିତ 

IMG-20240906-WA0024
Share

 

ରାୟଗଡା : ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡିଆରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପାରୁଲ ପଟ।ୱରି ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଅତିରିକ୍ତ ଜିଲ୍ଳାପାଳ ଭାସ୍କର ରଇତ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର କଂହର, ରାୟଗଡା ଉପଜିଲ୍ଲାପାଳ ଶ୍ରୀମତୀ କଲ୍ଯାଣୀ ସଂଘମିତ୍ରା ଦେବୀ, ଜିଲ୍ଲା ଶିକ୍ଷାଧିକାରୀ ଡ: ବସନ୍ତ କୁମାର ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନଲାଲ ମାଝୀ,

ଉପସ୍ଥିତ ରହିଥିଲେ l

ରାଜ୍ୟ ସରକାରଙ୍କ ତରଫରୁ ଏଭଳି ଅଭିନବ ପ୍ରୟାସ ଫଳରେ ଜିଲ୍ଲା ସ୍ତରରେ 74 ଜଣ ବିଦ୍ୟାର୍ଥୀଙ୍କୁ ମେଧା ସମ୍ମାନ, ବ୍ଳକ ସ୍ତରରେ 1138 ଜଣ ବିଦ୍ୟାର୍ଥୀଙ୍କୁ ଗୋଷ୍ଠୀ ସ୍ତରୀୟ ମେଧା ସମ୍ମାନ, 245 ଜଣ ଙ୍କୁ ଓଡ଼ିଆ ଭାଷା ବୃତ୍ତି ସମ୍ମାନ ତଥା ଦଶ ଜଣଙ୍କୁ ଜିଲ୍ଲା ସ୍ତରୀୟ ଆଦର୍ଶ ଶିକ୍ଷକ ଭାବେ କୈଳାଶପୁର ଏସଏସଡି ର ପ୍ରଧାନ ଶିକ୍ଷକ ବିସିକେଶନ ବାଘ ଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା ।ଶ୍ରୀ ବାଘ ନିଜ କର୍ମ ମୟ ଜୀବନ ମଙ୍ଗଳ ବିଭାଗ ରେ ଆରମ୍ଭ କରି ଛାତ୍ର ଛାତ୍ରୀଙ୍କୁ ଉଚିତ ମାର୍ଗ ଦର୍ଶନ କରିବା ସହିତ ଏକ ଉତ୍ତମ ନାଗରିକ ଭାବେ ଗୋଢ଼ିତୋଳିବା ନିମନ୍ତେ ସଦାସର୍ବଦା ଚେଷ୍ଟା କରିଆସୁଛନ୍ତି ଏବଂ ସଫଳ ମଧ୍ୟ୍ୟ ହୋଇପାରିଛନ୍ତି l ମଙ୍ଗଳ ବିଭାଗ ର ବିଭିନ୍ନ ସ୍କୁଲରେ ରେ କାମ କରିବା ସମୟରେ ସ୍କୁଲର ବାଟବରଣ କୁ ସ୍ୱଛ ରଖିବା ସହିତ ସ୍କୁଲରେ ଗୁଣାତ୍ମକ ଶିକ୍ଷା ଦାନ ନିମନ୍ତେ ଚେଷ୍ଟା କରି ଆସିଛନ୍ତି l ଅନ୍ତେବାସୀ ହଷ୍ଟେଲ ର ଛାତ୍ର ଛାତ୍ରୀଙ୍କୁ ନିଜ ପରିବାର ଏକ ସଦସ୍ୟ ଭାବି ତାଙ୍କରି ଯତ୍ନ ନେଇ ଆସିଛନ୍ତି l ବାଘ ଙ୍କ ଏହି ସଫଳତା ପାଇଁ ପବିତ୍ର ଗୁରୁଦିବସ ରେ ଜ଼ିଲ୍ଲା ର ଆଦର୍ଶ ଶିକ୍ଷକ ଭାବେ ଜ଼ିଲ୍ଲା ସ୍ତରୀୟ ଗୁରୁଦିବସ ରର ଜ଼ିଲ୍ଲାପାଳ ପାରୁଲ ପାଟୱାରୀ ପୁଷ୍ପ ଗୁଚ୍ଛ ସହିତ ଉତ୍ତରୀୟ ଦେଇ ସମ୍ମାନିତ କରିଛନ୍ତି l ଶ୍ରୀ ବାଘ ଏହି ସମ୍ମାନ ପାଇଁ ନିଜକୁ ଗୌରବନୀତ୍ୱ ମନେ କରିଛନ୍ତି l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ