November 26, 2024

ନବରଙ୍ଗପୁର ଉତ୍କଳ ପରିଷଦ ଓ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଗୁରୁଦିବସ ଅବସର ରେ ଗୁରୁ ସମ୍ମାନ କାର୍ଯ୍ୟକ୍ରମ*   

Share

ନବରଙ୍ଗପୁର (ଏମ୍.ଦିନାଶୁ ଆଚାରୀ) :-ନବରଙ୍ଗପୁର ଜିଲ୍ଲା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ପରିଷଦ ଓ ସମ୍ବାଦ ସାହିତ୍ୟ ଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ତୃପ୍ତି ଲଜ୍ ସମ୍ମିଳନୀ କକ୍ଷ ଠାରେ ଗୁରୁ ଦିବସ ଓ ଗୁରୁ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗୁରୁ ମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଅନେକ ଗୁରୁଙ୍କ ଘରକୁ ଯାଇ ବି ସମ୍ମାନିତ କରାଯାଇଥିଲା। ସାହିତ୍ୟ ଘର ସଭାପତି ଡଃ.ସାଇ ରମେଶ ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମାନ କାର୍ଯ୍ୟକ୍ରମ ରେ ଉପଦେଷ୍ଟା ତଥା ସମାଜସେବୀ ଜଗନ୍ନାଥ ମହାପାତ୍ର ଗୁରୁ ମାନଙ୍କୁ ସମ୍ମାନିତ କରିବା ପାଇଁ ସୁଯୋଗ ମିଳିଥିବାରୁ ନିଜ କୁ ଧନ୍ୟ ମନେ କରିବା ସହ ଏପରି କାର୍ଯ୍ୟକ୍ରମ ନିୟମିତ ଭାବେ ଚାଲୁ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଉପଦେଷ୍ଟା ତଥା ବିଜୟ କୁମାର ଚୌଧୁରୀ ଗୁରୁଦିବସ ଓ ଗୁରୁପୂଜନ ର ତାପ୍ତର୍ଯ୍ୟ ସଂକ୍ରାନ୍ତରେ କହିବା ସହ ସମାଜ ଗଠନ ଓ ଛାତ୍ରଛାତ୍ରୀଙ୍କ ଉତ୍ତମ ଚରିତ୍ର ଗଠନ ରେ ଗୁରୁଙ୍କ ଭୂମିକା ସଂକ୍ରାନ୍ତରେ ଉଦବୋଧନ ଦେଇଥିଲେ। ସାହିତ୍ୟ ଘର ସମ୍ପାଦକ ଅଖିଳ କୁମାର ଭଟ୍ଟ ସଂଯୋଜନା କରିଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୨୦ ଜଣ ଗୁରୁଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷାବିତ୍ ଅବନୀ କୁମାର ତ୍ରିପାଠୀ, ନିରଞ୍ଜନ ମିଶ୍ର, ଡଃ.ବିଜୟ କୁମାର ମିଶ୍ର, ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ଜିଲ୍ଲା ଶିକ୍ଷକ ସଂଘ ଆଇନ ପରାମର୍ଶଦାତା ରାମ ପ୍ରସାଦ ପାତ୍ର, ପ୍ରଭାସିନୀ ମହାନ୍ତି, ମନୋଜ କୁମାର ପଟ୍ଟନାୟକ, ଜାହ୍ନବୀ ପଣ୍ଡା, ସୁଶୋଭିତା ମେରିଲିନ୍ ତୁରୁକ, ଶ୍ରୀଧର ଶତପଥୀ , ପ୍ରଶାନ୍ତ କୁମାର ସାହୁ, ବିଶାଲ ଅଭିନବ ଭତ୍ରା, ସିଦ୍ଧାର୍ଥ ଶଙ୍କର ବେହେରା, ସମ୍ବାଦ ଜିଲ୍ଲା ପ୍ରତିନିଧୀ ପ୍ରଦୀପ କୁମା ପାଢ଼ୀ, ଜି.ପ୍ରକାଶ ସାମନ୍ତରାୟ ପ୍ରମୁଖ ସାହିତ୍ୟିକ ଓ ଶିକ୍ଷାବିତ୍ ମାନେ ଉପସ୍ଥିତ ଥିଲେ।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.