November 24, 2024

ରାଜସୁନାଖଳା ସରସ୍ବତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ।

Share

ରାଜସୁନାଖଳା ସରସ୍ବତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ।

ରାଜସୁନାଖଳା, ୦୬/୦୯ (ଉପାନ୍ତ ଓଡ଼ିଶା) :ରାଜସୁନାଖଳାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜନ୍ମାଷ୍ଟମୀ ଦିନ ଧୁମ ଧାମରେ ପାଳନ ହେଇଯାଇଅଛି l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ତରlସଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟା ଳୟର ସଭାପତି ଶ୍ରୀକାନ୍ତ ନାୟକ, ସମ୍ପାଦକ ସନ୍ତୋଷ କୁମାର ସାଥୁଆ, ସଦସ୍ୟ ମାନସ କୁମାର ସାହୁ ଓ କୋଷାଧକ୍ଷ ଜ୍ୟୋତିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ। ଏହି ଜନ୍ମାଷ୍ଟମୀ ଦିବସରେ ବିଦ୍ୟାଳୟର ୧୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀମାନେ କୃଷ୍ଣ, ରାଧା, ନନ୍ଦ, ଯଶୋଦା, ଦେବକୀ, ବାସୁଦେବ ଓ କଂସ ବେଶରେ ସୁସଜିତ ହୋଇ ଆସିଥିଲେ l କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ କୃଷ୍ଣ, ରାଧା, ନନ୍ଦ, ଯଶୋଦା, ଦେବକୀ, ବାସୁଦେବ ଓ କଂସ ବେଶରେ ସୁସଜିତ ହୋଇ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ଫୁଲ, ଚନ୍ଦନ, ଅରୁଆ ଚାଉଳରେ ମାତୃଭାରତୀ ଓ ଗୁରୁମା ମାନଙ୍କ ଦ୍ୱାରା ବନ୍ଦାପନା କରାଯାଇଥିଲା l ସାମୁହିକ ଭାବେ ଶ୍ରୀକୃଷ୍ଣଙ୍କ ଜନ୍ମ ବୃତ୍ତାନ୍ତ ଆବୃତି କରାଯାଇଥିଲା l ଦହି ହାଣ୍ଡି ଫଟାଇବା ସହିତ ନଗର ଭ୍ରମଣ ମଧ୍ୟ କରାଯାଇ ଥିଲା l କିଛି ସମୟ ପାଇଁ ବିଦ୍ୟାଳୟ ପରିସର ଗୋପପୁର ଭଳି ଜଣାପଡୁଥିଲା ଓ ଲୋକlରଣ୍ୟ ମଧ୍ୟରେ ସମସ୍ତ ଗୁରୁଜୀ ଗୁରୁମା ଓ ଅଭିଭାବକ ଭଗବତ ନାମଧରି ନିଜକୁ ଖୁବ ଧନ୍ୟମନେ କରୁଥିଲେ। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଜନ୍ମାଷ୍ଟମୀ ପାଳନ ଏଭଳି କାର୍ଯ୍ୟକ୍ରମମାନ ହେଉଥିବାରୁ ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।