ଅଗ୍ନିକାଣ୍ଡରେ ଜଳି ଗଲା ଚାରି ପାରିବାର ଙ୍କ ଘର
ଭଞ୍ଜନଗର:( ସୁକାନ୍ତ କୁମାର ନାୟକ) ଉପାନ୍ତ ଖବର
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍ ବ୍ରାହ୍ମଣ ପଦର ଅନ୍ତର୍ଗତ ଭୁରୁଡ଼ୁ ପଲ୍ଲି ବେହେରା ସାହିରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳି ଗଲା ଚାରି ପରିବାରଙ୍କ ଘର । ଏହି ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡି ନଥିବା ବେଳ ଗ୍ରାମବାଶି ଭିନ୍ନ ଭିନ୍ନ କାରଣ ଦର୍ଶାଉଛନ୍ତି । ଶନିବାର ପାଖା ପାଖି ଦିନ ୧୧ ଘଣ୍ଟୀକା ସମୟରେ ପରିବାରର ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥିବା ବେଳେ ହଠାତ୍ କୌଣସି କାରଣରୁ ଘରେ ନିଆଁ ଲାଗି ଜାଇ ଥିଲା | ଏହା ଦେଖି ପଡ଼ୋଶୀ ଏବଂ ଗ୍ରାମ ବାସି ଡାକ ପକାଇବା ଦ୍ଵାରା ସମସ୍ତେ ଦୌଡି ବାହାରକୁ ପଳାଇ ଆସିଥିଲେ । ଫଳରେ କେବଳ ପିନ୍ଧିଥିବା ଲୁଗା ବ୍ୟତିତ କୌଣସି ଆସବା ପତ୍ର ବାହାରକୁ କାଢି ପାରିନଥିଲେ | ଏଣୁ ନିଆଁ ସମସ୍ତ ଜିନିଷରେ ଲାଗି ଯାଇଥିଲା । ଘର ଭିତରେ ଥିବା ଧାନ ଚାଉଳ ଏବଂ ଅନ୍ୟ ଆଶବାପତ୍ର ପୋଡି ପାଉଁଶ ହୋଇଯାଇଥିଲା । ଏହା ଦେଖି ତୁରନ୍ତ ଅଗ୍ନି ସମ ବାହୀନି କୁ ଖବର ଦିଆଯାଇ ଥିଲା । ଅଗ୍ନି ସମ ବାହୀନି ଆସି ନିଆଁକୁ ଆୟତ କରିବା ବେଳକୁ ସବୁକିଛି ପୋଡ଼ି ପାଉଁଶ ହୋଇ ଯାଇଥିଲା । ଏହି ଘଟଣାକୁ ଦେଖି ବଡ଼ ପଣ ଦେଖାଇଲେ କଂଗ୍ରେସ ନେତା କୁଲୁ ଭୁୟାଁ | ସେ ଅଗ୍ନି ବିପନ୍ନ ପରିବାରକୁ ଭେଟିବା ସହିତ ଧର୍ଯ୍ୟ ଧରିବାକୁ ଆସ୍ୱସନ୍ନା ଦେଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ସରକାରି ସୁବିଧା ସୁଯୋଗ ଯୋଗାଇ ଦିଆ ଯାଇ ନ ଥିବାରୁ କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ ସାହାଯ୍ୟ ଓ ସହାୟତା ଯୋଗାଇ ଦେବାକୁ ସରକାରଙ୍କ ପାଖରେ ଦାବି କରିଛନ୍ତି କଂଗ୍ରେସ ନେତା କୁଲୁ ଭୁୟାଁ |
